fbpx

ଗଞ୍ଜାମର ଅତିରିକ୍ତ ତହସିଲଦାର ଓ ୩ ଆରଆଇଙ୍କୁ ଆକ୍ରମଣ: ଲୁହା ରଡ଼ରେ ପିଟି ପିଟି….

ଗଞ୍ଜାମ(ଓଡ଼ିଶା ଭସ୍କର): ଗଞ୍ଜାମର ଅତିରିକ୍ତ ତହସିଲଦାର ଶୁଭେନ୍ଦୁ ଜେନାଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ଏହା ସହ ୩ ଜଣ ଆରଆଇଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି । ସେମାନଙ୍କୁ ବାଲି ମାଫିଆମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ମାଫିଆମାନେ ଲୁହା ରଡ଼ରେ ପିଟିଥିବା ଜଣାପଡିଛି ।

ତେବେ ଆକ୍ରମଣର ଶିକାର ହୋଇଥିବା ୩ ଆରଆଇ ହେଉଛନ୍ତି- ଭାସ୍କର ସାହୁ, ସୀତାରାମ ସାହୁ ଓ ସୁଶାନ୍ତ ବେହେରା । ଗଞ୍ଜାମ ମେଡିକାଲରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଛି । ସୂଚନା ଅନୁସାରେ, ବେଆଇନ୍ ଚୋରା ଚାଲାଣ ବେଳେ ରେଡ୍ କରିଥିଲେ ।

ମାଳିଜଗନ୍ନାଥପୁର ଗାଁ ରୁଷିକୁଲ୍ୟା ମୁହାଣରୁ ବାଲି ଚୋରାଚାଲାଣ ହେଉଥିଲା । ରେଡ୍ ବେଳେ ବାଲି ମାଫିଆମାନେ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଅନ୍ୟପଟେ ଆକ୍ରମଣକୁ ନେଇ ଅତିରିକ୍ତ ତହସିଲଦାର ଓ ୩ ଆରଆଇ ଥାନାରେ ଏତଲା ଦେଇଛନ୍ତି ।

 

 

Get real time updates directly on you device, subscribe now.