fbpx

ବିବାହ ପରେ ପାର୍ଟନରଙ୍କୁ ଏହି କଥା ଜମାରୁ ପଚାରନ୍ତୁ ନାହିଁ, ନଚେତ୍ ଦାମ୍ପତ୍ତ୍ୟ ଜୀବନ ହେବ ବର୍ବାଦ

ବିବାହ ପ୍ରତ୍ୟେକ ମଣିଷ ପାଇଁ ଏକ ଅଭୁଲା ମୁହୂର୍ତ୍ତ ହୋଇଥାଏ । ବିବାହ ପରେ କେବଳ ଦାୟିତ୍ୱ ବଢ଼ିଯାଇଥାଏ ତା’ନୁହେଁ, ସମ୍ପର୍କରେ ମଧ୍ୟ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ବିବାହ ପୂର୍ବରୁ କିଛି କଥା ସାଥୀଙ୍କୁ ମଜାରେ କହିହୁଏ । ମାତ୍ର ବିବାହ ପରେ ସେହି କଥା କହିବା ଦ୍ୱାରା ତାହା ଗମ୍ଭୀର ରୂପ ଧାରଣ କରେ । ଏହା ହେଉଛି ବ୍ୟାଚେଲର ଓ ମ୍ୟାରେଡ ଲାଇଫ୍ ଭିତରେ ଫରକ । ଏଭଳି କିଛି କଥା ପାର୍ଟନରଙ୍କୁ ବିବାହ ପରେ କହିବା ଅନୁଚିତ । ଏଥିପ୍ରତି ଧ୍ୟାନ ଦେବା ଉଚିତ । ନଚେତ ଆପଣଙ୍କର ବୈବାହିକ ଜୀବନ ଆରମ୍ଭରୁ ହିଁ ସମାପ୍ତ ହୋଇଯିବ ।

– ମ୍ୟାରେଜ୍ ପରେ ଆପଣଙ୍କ ସାଥୀଙ୍କର ତୁଳନା ପୂର୍ବ ଲଭରଙ୍କ ସହିତ କଦାପି କରନ୍ତୁ ନାହିଁ । ଏହା ନବ ଦମ୍ପତ୍ତିଙ୍କ ମଧ୍ୟରେ ବିବାଦର ସୂତ୍ରପାତ୍ର କରାଇଥାଏ । ପରବର୍ତ୍ତୀ ସମୟରେ ବୈବାହିକ ଜୀବନକୁ ଏହା ନଷ୍ଟ କରିଦେଇଥାଏ ।

– ସାଧାରଣତଃ ବିବାହ ସମୟରେ ଖର୍ଚ୍ଚ ହେବ ଏକ ମାମଲା କଥା । ଆପଣ ପାର୍ଟନରଙ୍କ ସହିତ ଏହି ବିଷୟରେ ଆଲୋଚନା ନ କରିବା ଭଲ । ପରସ୍ପରର ପରିବାର ପ୍ରତି ଆକ୍ଷେପ, ସମାଲୋଚନା, ଦୋଷାରୋପ କରି ଯୁକ୍ତିତର୍କ କରିବା ଦ୍ୱାରା ପାରିବାରିକ ଅଶାନ୍ତି ସୃଷ୍ଟି ହୋଇଥାଏ । ଏଥିରୁ ଦୂରେଇ ରହିବା ଦରକାର ।

– ବିବାହ ପରେ ପରସ୍ପରଙ୍କ ସାଙ୍ଗସାଥୀଙ୍କୁ ନେଇ ଦୋଷାରୋପ କରିବା ଅନୁଚିତ । ଦୁଇ ଜଣ ନୂଆ ନୂଆ ଏକାଠି ଏକ ନୂଆ ପରିବେଶରେ ରହି ନିଜକୁ ଖାପଖୁଆଇବା ଏତେ ସହଜ ହୋଇନଥାଏ । ତେଣୁ ଆପଣ ଗୋଟିଏ ଦିନ କଥା ନ ଭାବି ସାରା ଜୀବନ କିପରି ଜଣଙ୍କ ସହ ବିତାଇବେ ସେଥି ପ୍ରତି ଦୃଷ୍ଟି ଦିଅନ୍ତୁ ।

Get real time updates directly on you device, subscribe now.