fbpx

ଆତଙ୍କବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା ରାମ ମନ୍ଦିର, ଗୁଇନ୍ଦା ସଂସ୍ଥା ଜାରି କଲା ଆଲର୍ଟ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଜାନୁୟାରୀ ୨୨ରେ ହେବାକୁ ଥିବା ରାମ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମ ଉପରେ ଆତଙ୍କବାଦୀଙ୍କ ନଜର ପଡିଛି । ଏଥିପାଇଁ ଗୁଇନ୍ଦା ସଂସ୍ଥା ସତର୍କତା ଜାରି କରି କହିଛି କାର୍ଯ୍ୟକ୍ରମରେ ସାମିଲ ହେଉଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କ ଲାଗି ବଡ ବିପଦ ରହିଛି । କିଛି ଅସାମାଜିକ ତତ୍ତ୍ୱ ପରିସ୍ଥତି ବିଗାଡି ଦେବାକୁ ସୁଯୋଗର ଅପେକ୍ଷାରେ ରହିଛନ୍ତି । ଅଯୋଧ୍ୟାରେ ଆୟୋଜିତ ହେବାକୁ ଯାଉଥିବା ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠା ସମାରୋହ ଆତଙ୍କବାଦୀ ସଂଗଠନ ଓ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ନିଦ ଉଡାଇ ଦେଇଛି । ଗୁଇନ୍ଦା ସଂସ୍ଥା ରିପୋର୍ଟ ଅନୁଯାୟୀ ବହୁ ଉଗ୍ରବାଦୀ ସଂଗଠନ ଲଗାତର ଏହି କଥାକୁ ପ୍ରୋତ୍ସାହନ ଦେଉଛନ୍ତି କି କେନ୍ଦ୍ର ସରକାର ଏକ ବିଶେଷ ବର୍ଗକୁ ଅବହେଳା କରି ଚାଲିଛନ୍ତି ।

ଗୁଇନ୍ଦା ସଂସ୍ଥା ପକ୍ଷରୁ ଆଲର୍ଟ କରାଯିବା ପରେ ସୁରକ୍ଷା ଏଜେନ୍ସୀଙ୍କ ଏକ ବୈଠକ ବି ଆୟୋଜନ କରାଯାଇଛି । ବୈଠକରେ ଏହି ସମ୍ଭାବ୍ୟ ବିପଦର ସାମ୍ନା କରିବାକୁ ବ୍ୟାପକ ପ୍ରସ୍ତୁତି ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସୁରକ୍ଷା ବଳଙ୍କୁ ସମାରୋହ ପୂର୍ବରୁ ସତର୍କ ରହିବା ପାଇଁ କୁହାଯାଇଛି । ଆଖପାଖ ଅଞ୍ଚଳରେ କଡା ନଜର ରଖିବା ସହ ତଲାସ ଅଭିଯାନ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଯୋଧ୍ୟାରେ ଉତ୍ତରପ୍ରଦେଶ ସରକାର ଉନ୍ନତ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥାକୁ ସାମିଲ କରି ବ୍ୟାପକ ଯୋଜନା ଲାଗୁ କରିଛନ୍ତି । ପୁରା ସହରରେ ୧୫୦୦ ସାର୍ବଜନିକ ସିସିଟିଭି କ୍ୟାମେରା ଲଗାଯାଇଛି । । ବିଶେଷକରି ଅଯୋଧ୍ୟାର ୟେଲୋ ଜୋନ୍ ୧୦,୭୧୫ ଏଆଇ ଆଧାରିତ କ୍ୟାମେରାରେ ସୁରକ୍ଷିତ ରହିବ । ଏହା ସହିତ ଏକ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ମଧ୍ୟ ପ୍ରସ୍ତୁତ କରାଯାଉଛି । ଜରୁରୀକାଳୀନ ପ୍ରତିକ୍ରିୟା କ୍ଷମତା ବୃଦ୍ଧି ଲାଗି ଏନଡିଆରଏଫ୍ ଓ ଏସଡିଆରଏଫ୍ ଟିମ୍ ମଧ୍ୟ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.