fbpx

Breaking News: ଗୁଣିଗାରେଡ଼ି ସନ୍ଦେହରେ ଗଳା କାଟି ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି: ଗୁଣିଗାରେଡ଼ି ସନ୍ଦେହରେ ଆଜି ଜଣଙ୍କୁ ହତ୍ୟା କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ତଣ୍ଡାପାଲି ଗାଁରେ । ଏହି ଗାଁର ବାସିନ୍ଦା ଲକ୍ଷ୍ମା କବାସୀଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ଗଳା କାଟି ହତ୍ୟା କରାଯାଇଛି ।

ମିଳିଥିବା ସୂଚନା ଅନୂଯାୟୀ, ଲକ୍ଷ୍ମା ଗୁଣି ଗାରେଡ଼ି କରୁଥିବା ସନ୍ଦେହରେ କିଛି ଦୁର୍ବୃତ୍ତ ତାଙ୍କର ଗଳାକୁ ଧାରୁଆ ଅସ୍ତ୍ରରେ କାଟି ତାଙ୍କୁ ହତ୍ୟା କରିଛନ୍ତି । ଏହା ପରେ ମୃତଦେହକୁ ନେଇ ମାଲକାନଗିରି ସ୍ଥିତ ସାବେରୀ ନଦୀରେ ଫୋପାଡ଼ି ଦେଇଥିଲେ । ଗତକାଲି ରାତିରେ ଲକ୍ଷ୍ମା ଘରକୁ ପେରିନଥିବା ବେଳେ ଘରଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ତେବେ ଆଜି ସକାଳେ ସ୍ଥାନୀୟ ଲୋକେ ନଦୀରେ ଏକ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ।

ତେବେ ଖବର ପାଇ ମାଲକାନଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ଏହା ପରେ ମୃତଶରୀରକୁ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏହା ସହିତ ପରିବାରଲୋକଙ୍କ ଅଭିଯୋଗ ଆଧାରରେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.