1 ଘଣ୍ଟା ବନ୍ଦ ହେଲା ଜଗା ଦର୍ଶନ, କାହିଁକି ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେଲା ଜାଣନ୍ତୁ

ଶ୍ରୀମନ୍ଦିରରେ ବାନ୍ତି କଲେ ଭକ୍ତ ।

ଭୁବନେଶ୍ବର: ଶ୍ରୀମନ୍ଦିରରେ ଆଜି ଏକ ଅଘଟଣ ଦେଖାଯାଇଛି । ଦର୍ଶନ 1 ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା । ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଦେବାରୁ ଜଗା ଦର୍ଶନ ବନ୍ଦ ରଖାଯାଇ ମହାସ୍ନାନ କରାଯାଇଛି ।

 ଶ୍ରୀମନ୍ଦିରରେ ବାନ୍ତି କରିଦେଲେ ଭକ୍ତ- ଖବର ଅନୁସାରେ, ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ନିକଟରୁ ଦର୍ଶନ ଜାରି ଥିବା ବେଳେ ଭଣ୍ଡାର ଘର ନିକଟରେ ଜନୈକ ଭକ୍ତ ବାନ୍ତି କରିଦେଇଥିଲେ । ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇ 1 ଘଣ୍ଟା ଜଗା ଦର୍ଶନ ସ୍ଥଗିତ ରଖାଯାଇଥିଲା ।

ଆଜି ମହାପ୍ରଭୁଙ୍କ ଦର୍ଶନ ଜାରି ଥିବା ବେଳେ ସନ୍ଧ୍ୟାରେ ଭକ୍ତମାନେ ଭିତର କାଠ ନିକଟରୁ ଦର୍ଶନ କରିଥିଲେ । ହେଲେ ହଠାତ୍ ଦର୍ଶନକୁ ବନ୍ଦ କରାଗଲା ।

ମହାସ୍ନାନ ନୀତି କଣ-  ମହାପ୍ରଭୁଙ୍କ ମହାସ୍ନାନ ନୀତି ଶେଷ ହେବା ପରେ ଜଗା ଦର୍ଶନ ଆରମ୍ଭ ହୋଇଛି । କହିରଖୁଛୁ କି, ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଜୟ ବିଜୟ ଦ୍ବାର ସମ୍ମୁଖରୁ ଭିତର କାଠ, ଭକ୍ତ ପ୍ରତ୍ୟାବର୍ତ୍ତନ କରୁଥିବା ବେହରଣ ଦ୍ୱାର ଯାଏ କେହି ଭକ୍ତ , ସେବାୟତ ଅବା ଯେକିହି ବ୍ୟକ୍ତିଙ୍କର କିଛି ଦୁର୍ଘଟଣା ବସତ ଶରୀରରୁ ରକ୍ତ ପଡିଲେ, ବାନ୍ତି କରିଦେଲେ ଏବଂ ଛୋଟ ଛୁଆ, ବୁଦ୍ଧ ଲୋକ ପରିସ୍ରା, ମଳତ୍ୟାଗ କରିଦେଲେ ସଙ୍ଗେ ସଙ୍ଗେ ମହାପ୍ରଭୁଙ୍କ ଚାଲିଥିବା ନୀତି ବନ୍ଦ କରାଯାଇଥାଏ ।