fbpx
BSKY SKY
BSKY SKY

Bal Jeevan Bima Yojana : ଦୈନିକ ମାତ୍ର ୬ ଟଙ୍କା ଜମା କରି ପିଲାମାନଙ୍କ ଭବିଷ୍ୟତ କରନ୍ତୁ ଉଜ୍ୱଳ

BSKY

ନୂଆଦିଲ୍ଲୀ: ଆଜିକାଲିର ଦରଦାମ ବୃଦ୍ଧି ଏଭଳି ପରିସ୍ଥିତିରେ ରହିଛି, ପିଲାଟଏ ଜନ୍ମ କରିବା ଦିନରୁ ପିତା-ମାତାମାନେ ଚିନ୍ତାରେ ରହୁଛନ୍ତି । ଏମିତି ବି କହି ହେବ ଜନ୍ମ ହେବା ପୂର୍ବରୁ ମଧ୍ୟ ଅଭିଭାବକ ଯୋଜନା ପ୍ରସ୍ତୁତ କରୁଛନ୍ତି । ସେହି ପରିପ୍ରେକ୍ଷୀରେ ପିଲାଙ୍କ ଭବିଷ୍ୟ ପାଇଁ କିଛି କିଛି ସଞ୍ଜିବା ମଧ୍ୟ ଆରମ୍ଭ କରୁଛନ୍ତି । ଯଦି ଆପଣ ମଧ୍ୟ ନିଜ ପିଲାମାନଙ୍କୁ ନେଇ ଚିନ୍ତିତ ଅଛନ୍ତି ଏବଂ ସଞ୍ଜୟ କରିବାକୁ ଚାହାଁନ୍ତି ତେବେ ପୋଷ୍ଟ ଅଫିସର ଏହି ଯୋଜନା ଆପଣଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇପାରେ ।

ଡାକଘରର ଶିଶୁ ଜୀବନ ବୀମା ଯୋଜନା (Bal Jeevan Bima Yojana) ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହୋଇପାରେ । ଏହି ଯୋଜନାରେ ପ୍ରତିଦିନ ମାତ୍ର ୬ ଟଙ୍କା ବିନିଯୋଗ କରି ଆପଣ ନିଜ ପିଲାମାନଙ୍କର ଶିକ୍ଷା ଏବଂ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଲକ୍ଷ ଲକ୍ଷ ଟଙ୍କା ଜମା କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଯୋଜନା ବିଷୟରେ …

ଏହି ଯୋଜନା ଗ୍ରାମୀଣ ଡାକ ଜୀବନ ବୀମା ଅନ୍ତର୍ଭୁକ୍ତ । ଏହା ହେଉଛି ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ବୀମା ଯୋଜନା । ଏହି ବୀମା ନେବା ପାଇଁ ଅଭିଭାବକଙ୍କ ବୟସ ୪୫ ବର୍ଷରୁ ଅଧିକ ହୋଇଥିବା ଆବଶ୍ୟକ ଏବଂ ପିଲାର ବୟସ ୫ରୁ ୨୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏହା ବ୍ୟତୀତ ଅଭିଭାବକ କେବଳ ୨ଟି ପିଲା ପାଇଁ ଏହି ବୀମା ନେଇ ପାରିବେ ।

ପ୍ରତିଦିନ ୬ ଟଙ୍କା ଜମା କରି ପାଇବେ ଲକ୍ଷାଧିକ ଟଙ୍କା

ଏହି ବୀମା ଯୋଜନା ଅଧୀନରେ ଆପଣ ନିଜ ପିଲାମାନଙ୍କ ପାଇଁ ଦୈନିକ ୬ ରୁ ୧୮ ଟଙ୍କା ପର‌୍ୟ୍ୟନ୍ତ ଏକ ପ୍ରିମିୟମ ଜମା କରିପାରିବେ । ଯଦି ଜଣେ ପଲିସିଧାରୀ ୫ ବର୍ଷ ପାଇଁ ଏହି ପଲିସି ନିଅନ୍ତି ତେବେ ତାଙ୍କୁ ପ୍ରତିଦିନ ୬ ଟଙ୍କା ପ୍ରିମିୟମ ଦେବାକୁ ପଡିବ । କିନ୍ତୁ ଯଦି ଏହି ପଲିସି ୨୦ ବର୍ଷ ପାଇଁ ନିଆଯାଏ, ତେବେ ଦୈନିକ ୧୮ ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହି ଯୋଜନାରେ ଆପଣଙ୍କୁ ମାସିକ, ତ୍ରୈମାସିକ, ଅଧା ବାର୍ଷିକ ଏବଂ ବାର୍ଷିକ ଭିତ୍ତିରେ ପ୍ରିମିୟମ ଦେବାକୁ ପଡିବ ।

ଏହି ସ୍କିମ୍ ଅଧୀନରେ ଯଦି ପଲିସିଧାରୀ ମ୍ୟାଚୁରିଟି ପୂର୍ବରୁ ମରିଯାଆନ୍ତି, ତେବେ ପ୍ରିମିୟମ୍ ବନ୍ଦ ହୋଇଯିବ । ଏଭଳି ପରିସ୍ଥିତିରେ ପିଲାଙ୍କୁ ପଲିସି ପ୍ରିମିୟମ ଦେବାକୁ ପଡିବ ନାହିଁ। ଏହି ନୀତି ୫ ବର୍ଷ ପାଇଁ ନିୟମିତ ପ୍ରିମିୟମ ଦେବା ପରେ ଏକ ପେଡ୍ ଅପ୍ ପଲିସି ହୋଇଯାଏ । ପିଲାମାନେ ମଧ୍ୟ ବୋନସ୍ ସହ ଟଙ୍କା ଫେରି ପାଇବେ ।

Get real time updates directly on you device, subscribe now.