fbpx

ଏହି ଗାଁରେ ଜୋତା ଏବଂ ଚପଲ ପିନ୍ଧିବା ଉପରେ ନିଷେଧାଦେଶ, ନମାନିଲେ କଠୋର ଦଣ୍ଡ: ଜାଣନ୍ତୁ ଭାରତର କେଉଁଠି

ଭାରତରେ ଲୋକମାନେ ସାଧାରଣତଃ ଘରେ ଜୋତା ଏବଂ ଚପଲ ବ୍ୟବହାର କରନ୍ତି ନାହିଁ। ଲୋକମାନେ ଘର ଭିତରକୁ ଯିବା ପୂର୍ବରୁ ଜୋତା ଏବଂ ଚପଲ ବାହାର କରିଦିଅନ୍ତି । ଲୋକମାନେ ଘର ଭିତରେ ଖାଲି ପାଦରେ ରୁହନ୍ତି । କିନ୍ତୁ ଭାରତରେ ଏପରି ଏକ ଗାଁ ଅଛି ଯେଉଁଠାରେ ଲୋକମାନେ କେବେ ଜୋତା ଏବଂ ଚପଲ ପିନ୍ଧନ୍ତି ନାହିଁ ।ଆପଣ ହୁଏତ ଏହାକୁ ବିଶ୍ବାସ କରିପାରନ୍ତି ନାହିଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ।

ଲୋକମାନେ ଘର ବାହାରେ ଥାଇ ମଧ୍ୟ ଜୋତା ପିନ୍ଧନ୍ତି ନାହିଁ। ଲୋକଙ୍କୁ ଦେଖିଲେ ଲାଗିବ ଗାଁରେ ଜୋତା ଏବଂ ଚପଲ ପିନ୍ଧିବା ଉପରେ ନିଷେଧାଦେଶ ରହିଛି।

ଏହି ଗାଁ ଦକ୍ଷିଣ ଭାରତ ତାମିଲନାଡୁରେ ଅବସ୍ଥିତ। ତାମିଲନାଡୁର ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ୪୫୦ କିଲୋମିଟର ଦୂରରେ ରହିଛି ଆଣ୍ଡାମାନ ନାମକ ଏହି ଗାଁ। ଏପରିକି ଏହି ଗାଁର ପିଲାମାନେ ଜୋତା ଏବଂ ଚପଲ ପିନ୍ଧନ୍ତି ନାହିଁ । ଯଦି ଗାଁର କେହି ଭୁଲ୍ରେ ଜୋତା ଏବଂ ଚପଲ ପିନ୍ଧନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଏ । ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ରହୁଥିବା ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରନ୍ତି।

 

କୁହାଯାଏ ଯେ ଏହି ଗାଁରେ ରହୁଥିବା ଲୋକମାନେ ଶହ ଶହ ବର୍ଷ ଧରି ମୁଥ୍ୟାଲମ୍ବା ନାମକ ଦେବୀଙ୍କୁ ପୂଜା କରିଆସୁଛନ୍ତି। ସେଠାକାର ଲୋକମାନେ ବିଶ୍ୱାସ କରନ୍ତି ଯେ କେବଳ ଏହି ଦେବୀ ସେମାନଙ୍କୁ ସୁରକ୍ଷା ଦିଅନ୍ତି। ସେମାନଙ୍କ ଦେବୀ ଉପରେ ବିଶ୍ୱାସ ଥିବାରୁ ଗାଁ ସୀମା ମଧ୍ୟରେ ଜୋତା ଏବଂ ଚପଲ ପିନ୍ଧିବାକୁ ବାରଣ କରାଯାଇଛି।

 

ଏଠାରେ ଲୋକମାନେ ଶହ ଶହ ବର୍ଷ ଧରି ଏହି ଅଦ୍ଭୁତ ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ଯଦି କାହାକୁ ବାହାରକୁ ଯିବାକୁ ପଡେ, ସେ ହାତରେ ଜୋତା ଏବଂ ଚପଲ ଧରି ଗାଁ ସୀମା ଅତିକ୍ରମ କରିବା ପରେ ପିନ୍ଧନ୍ତି। ଏହା ପରେ, ଯେତେବେଳେ ସେମାନେ ଫେରି ଆସନ୍ତି, ସେମାନେ ଗାଁ ସୀମା ପୂର୍ବରୁ ମଧ୍ୟ ଜୋତା ଏବଂ ଚପଲ କାଢି ଦେଇଥାନ୍ତି। ଏହି ପରମ୍ପରାକୁ ଲୋକମାନେ କେବେଠୁ ପାଳନ କରନ୍ତି, ଏ ବିଷୟରେ କୌଣସି ସଠିକ ସୂଚନା ନାହିଁ। ତେବେ ଗାଁ ଲୋକଙ୍କ କହିବା ଅନୁସାରେ, ବହୁ ପୀଢି ଏହି ଗାଁ ଲୋକଙ୍କ ପରମ୍ପରାକ ପାଳନ କରିଥାନ୍ତି। ବୟସ୍କ ଓ ରୋଗୀଙ୍କୁ ଚପଲ ପିନ୍ଧିବାକୁ ଅନୁମତି ରହିଛି।

Get real time updates directly on you device, subscribe now.