fbpx

ଆଜି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି, ସାଧାରଣ ଦର୍ଶନ ୩ ଘଣ୍ଟା ମନା

Advertisement

ପୁରୀ (ଭାସ୍କର ନ୍ୟୁଜ): ଆଜି ଫାଲ୍‌ଗୁନ ଶୁଳ୍କପକ୍ଷ ସପ୍ତମୀ ତିଥି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ନୀତି ଅର୍ଥାତ୍ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ସ୍ୱତନ୍ତ୍ର ନୀତି ବଢ଼ିବ । ଏଣୁ ଅପରାହ୍ନରେ ୩ ଘଣ୍ଟା ପାଇଁ ଠାକୁର ଦର୍ଶନ ବନ୍ଦ ରହିବ ।  ଦତ୍ତମହାପାତ୍ରମାନେ ଠାକୁରଙ୍କ ଶ୍ରୀମୁଖ ସିଂହାର କରିବେ । ଏଥିପାଇଁ ଅପରାହ୍ନ ୫ଟାରୁ ୮ଟା ପର୍ଯ୍ୟନ୍ତ ଠାକୁରଙ୍କ ଦର୍ଶନ  ବନ୍ଦ ରହିବ । ଏହି ନୀତିରେ ପାଳିଆ ପୂଜାପଣ୍ଡା, ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ମୁଦୁଲି ଆଦି ସେବକଙ୍କ ଯୋଗଦାନ ରହିବ । ମହାସ୍ନାନ ପରେ ପୁଣି ଦର୍ଶନ ସ୍ୱାଭାବିକ ଚାଲିବ । ତେବେ  ନୀତିକୁ ନେଇ ବନକଲାଗି ଓ ଦର୍ଶନ ସମୟ ଧାର୍ଯ୍ୟ ହୋଇଛି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛି ।

ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଥ ଅଠା, କସ୍ତୁରୀ ଓ କଳା ଇତ୍ୟାଦି ବ୍ୟବହାର କରାଯାଏ । ଏହା ଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିବ।

Get real time updates directly on you device, subscribe now.