fbpx

ବାଲାଂଦେଶର ଅମ୍ଳଜାନ କାରଖାନାରେ ବିସ୍ଫୋରଣ, ୬ ମୃତ

Advertisement

ଢାକା: ବାଲାଂଦେଶ ଛୋଟଗ୍ରାମ ଜିଲ୍ଲାର ଏକ ଅମ୍ଳଜାନ କାରଖାନାରେ ଅଗ୍ନିକାଣ୍ଡ ଘଟି ୬ଜଣଙ୍କ ମୃତ୍ୟୁ ହୋଇଥିବା କଥା ସାମ୍ନାକୁ ଆସିଛି । ଏହା ବ୍ୟତୀତ ୩୦ ଜଣ ଲୋକେ ଆହାତ ହୋଇଛନ୍ତି ବୋଲି ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନ ୪.୩୦ ସମୟରେ କେଶବପୁର ଅଞ୍ଚଳର ଛୋଟଗ୍ରାମ ସୀତାକୁଣ୍ଡ ଉପଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟରୁ ଏକ ବଡ଼ ଧରଣର ଶବ୍ଦ ଶୁଣିବାକୁ ମିଳିଥିଲା । ତେବେ ସେଠାରେ ଦେଖିବାକୁ ମିଳିଥିଲା ଯେ, ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବିଭାଗର ଅଧୀକାରୀମାନେ କହିଛନ୍ତି ଯେ, ସେମାନେ ନିଆଁକୁ ଆୟତ୍ତ କରିବା ପାଇଁ ନଅଟି ୟୁନିଟ ନିୟୋଜିତ କରିଥିଲେ । ତେବେ ଆଗ୍ନିକାଣ୍ଡର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ୬ଜଣ ମୃତଦେହକୁ ଉଦ୍ଧାର କରିଛି । ଗତବର୍ଷ ଜୁନ ମାସରେ ଏହି ଅଞ୍ଚଳର ଏକ କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ ଘଟି ୫୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୦ ଲୋକ ଆହତ ହୋଇଥିଲେ ।

Get real time updates directly on you device, subscribe now.