ସାମାନ୍ୟ ଯୁକ୍ତିତର୍କରୁ ଯମ ସାଜିଲା ସ୍ୱାମୀ, ଛୁରୀ ଭୁଷି ସ୍ତ୍ରୀର ପାଟି ସବୁଦିନ ପାଇଁ କରିଦେଲା ବନ୍ଦ
ସ୍ତ୍ରୀଙ୍କ କଥାରେ ରାଗିଗଲେ ସ୍ୱାମୀ । କାହାକୁ କିଛି ନ କହି ନେଇଗଲେ ସ୍ତ୍ରୀର ଜୀବନ ।
ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଆଉ ଏକ ହତ୍ୟା । ପେଶାରେ ଇଞ୍ଜିନିୟର ସ୍ୱାମୀ ସ୍ତ୍ରୀଙ୍କୁ କରିଛନ୍ତି ହତ୍ୟା । ତା’ପୁଣି ଉଦ୍ଦେଶ୍ୟମୂଳକ ଭାବେ ନୁହେଁ ବରଂ ଅକସ୍ମାତ୍ ।
ବେଙ୍ଗାଲୁରୁରୁ ଆଉ ଏକ ହତ୍ୟା ମାମଲା ଏବେ ସାମ୍ନାକୁ ଆସିଛି । ୩୬ ବର୍ଷୀୟ ରାକେଶ ରାଜେନ୍ଦ୍ର ଖେଡେକର ୩୨ ବର୍ଷୀୟା ସ୍ତ୍ରୀଙ୍କୁ ଛୁରୀ ଭୂଷି ହତ୍ୟା କରିଛନ୍ତି । ଏହାପରେ ଗୌରୀଙ୍କ ମୃତଦେହକୁ ଏକ ସୁଟକେସରେ ରଖି ଫେରାର ମାରିଛନ୍ତି ।
ରାକେଶ ଓ ଗୌରୀ ୨ ବର୍ଷ ପୂର୍ବେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେମାନଙ୍କର ଆରେଞ୍ଜ ମ୍ୟାରେଜ ଥିଲା । ଦୁହେଁ ବାଙ୍ଗାଲୁରୁର ଏକ ଭଡ଼ା ଘରେ ରହୁଥିଲେ । ଅନୀଲଙ୍କର ୱାର୍କ ଫର୍ମ ହୋମ୍ ଚାଲିଥିବାବେଳେ ଦୁହେଁ ଘରେ ଏକାଠି ରହୁଥିଲେ ।
ଅନ୍ୟପକ୍ଷେ ଗୌରୀ ନିଜର ସାମ୍ବାଦିକ ପାଠ୍ୟକ୍ରମ ସାରି ଚାକିରି ସନ୍ଧାନରେ ଥିଲେ । ବେଙ୍ଗାଲୁରୁର ଡୋଦାକାମୋନହଲିର ଏକ ଘରେ ଭଡ଼ାରେ ରହୁଥିଲେ । ବୁଧବାର ଦିନ ସେମାନଙ୍କ ମଧ୍ୟରେ କୌଣସି ଏକ କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା ।
ଡାଇନିଂ ଟେବୁଲରେ ବସି ଖାଇବାବେଳେ ହିଁ ସେମାନଙ୍କଭିତରେ କତା କଟାକଟି ଆରମ୍ଭ ହୋଇଯାଇଥିଲା । ଏହାପରେ ରାକେଶ ରାଶି ଯାଇ କିଚେନରୁ ଛୁରୀ ଆଣି ଗୌରୀଙ୍କୁ ଭୁଷି ଦେଇଥିଲେ । ଏହାପରେ ଘଟଣା ସ୍ଥଳରେ ହିଁ ଗୌରୀଙ୍କ ମୃତ୍ୟୁ ହୋଇଥିଲା।
ଗୌରୀଙ୍କ ମୃତ୍ୟୁ ପରେ ରାକେଶ କ’ଣ କରିବେ ଜାଣି ପାରିଲେ ନାହିଁ, ଶେଷରେ ଘରେ ଥିବା ସୁଟକେସରେ ଗୌରୀଙ୍କ ମୃତଦେହ ରଖି ଫେରାର୍ ହୋଇଗଲେ । ଗାଡ଼ି ଚଲେଇ ସେ ପୁଣେ ଆସି ପହଞ୍ଚିଲେ । ସେଠାରେ ଘରମାଲିକଙ୍କୁ ଫୋନ୍ କରି ସବୁ କତା କହିଲେ ।
ଘରମାଲିକ ତୁରନ୍ତ ପୋଲିସ ଷ୍ଟେଶନକୁ ଫୋନ୍ କରିବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହାପରେ ରାକେଶଙ୍କ ମୋବାଇଲ ନମ୍ବରକୁ ଟ୍ରେସ କରି ସେ ପୁଣେରେ ଥିବା ଜାଣିବାକୁ ପାଇଲା ।
ସଙ୍ଗେସଙ୍ଗେ ମୁମ୍ବାଇ ପୋଲିସ ସାହାଯ୍ୟରେ ରାକେଶଙ୍କୁ ଗୁରୁବାର ରାତି ୯.୩୦ରେ ଗିରଫ କରିଥିଲା ପୋଲିସ । ଗିରଫ ପରେ ଘଟଣା ନେଇ ରାକେଶଙ୍କୁ ପଚରାଉଚରା ଚଳାଇଛି ପୋଲିସ ।