ବେଙ୍ଗାଲୁରୁ: ଜନ୍ମଦିନ ପାର୍ଟିକୁ ଯିବା ଜଣେ ୧୭ ବର୍ଷର ଯୁବକଙ୍କୁ ମହଙ୍ଗା ପଡ଼ିଛି । ପାର୍ଟିରେ ଉକ୍ତ ଯୁବକଙ୍କୁ ସାଙ୍ଗମାନେ ବିଷାକ୍ତ ଡ୍ରଗ୍ସ ଇଞ୍ଜେକସନ୍ ଲଗାଇ ଦେଇଥିଲେ । ଯାହାଫଳରେ ତାଙ୍କ ହାକୁ କାଟିବାକୁ ପଡ଼ିଥିଲା । ସୂଚନା ମୁତାବକ, ବେଙ୍ଗାଲୁରୁରେ ରହୁଥିବା ପୀଡିତ ଯୁବକଙ୍କ ପରିବାର ଦାବି କରିଛନ୍ତି ଯେ, ଯୁବକଙ୍କ ହାତରେ ଡ୍ରଗ୍ସ ଇଞ୍ଜେକସନ୍ ଲଗାଇଦିଆଯାଇଥିଲା । ଯାହାର ୪ ଦିନ ପରେ ହାତରେ ଇନଫେକ୍ସନ୍ ହେବା ଆରମ୍ଭ ହୋଇଥିଲା । ଏହାପରେ ଡାକ୍ତରଙ୍କ ପାଖକୁ ଯିବାପରେ ସେ କହିଥିଲେ ଯେ, ହାତରେ କୌଣସି ବିଷାକ୍ତ ପଦାର୍ଥ ରହିଛି । ତେଣୁ ଏହି କାରଣରୁ ହାତକୁ କାଟିବାକୁ ପଡ଼ିବ ।
ପୀଡିତ ଯୁବକ ଜଣକ କହିଛନ୍ତି ଯେ, ତାର ସାଙ୍ଗ ହେଉଛି ଜଣେ ଭଲିବଲ୍ କୋଚ୍ । ତେବେ ତାଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଆଉ ସେଠାରେ ଥିବା ଅନ୍ୟ ସାଙ୍ଗମାନେ କିଛି ଟାବ୍ଲେଟ୍ ପାଣିରେ ମିଶାଇ ତାକୁ ଗୋଟିଏ ଇଞ୍ଜେକସନ୍ ରେ ଭରି ତାକୁ ଦେଇଥିଲେ । ତାର କିଛଇ ଦିନୁ ପରେ ହାତରେ ଇନଫେକ୍ସନ୍ ହୋଇଯାଇଥିଲା । ଏହାପରେ ପରିବାର ଲୋକେ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଜଣାପଡିଥିଲା ଯେ, କିଛି ବିଷାକ୍ତ ପଦାର୍ଥ ଶରୀରରେ ରହିଛି । ଏହା ଜାଣିବା ମାତ୍ରେ ପୁଲିସ୍ ପାଖରେ ଏନେଇ ଅଭିଯୋଗ କରାଯାଇଥିଲା । ତେବେ ଏହି ମାମଲାର ଅଭିଯୁକ୍ତକୁ ପୁଲିସ୍ ଗିରଫ କରିଛି ଏବଂ ଯୁବକଙ୍କ ମେଡିକାଲ୍ ରିପୋର୍ଟ ମଧ୍ୟ ଯାଞ୍ଚ କରିଛି ।