fbpx

ବ୍ୟାଙ୍କ ଦେବାଳିଆ ହେଲେ ଜମାକାରୀଙ୍କର ବୁଡିବନି ଟଙ୍କା, ୯୦ ମିଳିବ ଏତିକି ଲକ୍ଷ ଟଙ୍କା….

ନୂଆଦିଲ୍ଲୀ : ବ୍ୟାଙ୍କ ବୁଡିଗଲେ କିମ୍ବା ଦେବାଳିଆ ହୋଇଗଲେ ବି ଜମାକାରୀଙ୍କୁ ମିଳିବ ୫ ଲକ୍ଷ ଟଙ୍କା । ପୂର୍ବରୁ ହିତାଧିକାରୀଙ୍କ ଜମା ରାଶି ଉପରେ ଲକ୍ଷେ ଟଙ୍କାର ଗ୍ୟାରେଣ୍ଟି ଥିଲା । ଅର୍ଥାତ ୧ ଲକ୍ଷ ଟଙ୍କାରୁ ଅଧିକ ଜମା ଥିଲେ ଏବଂ କୌଣସି କାରଣରୁ ବ୍ୟାଙ୍କ ବୁଡିଗଲେ ଜମାକାରୀଙ୍କୁ କେବଳ ଲକ୍ଷେ ଟଙ୍କାର କ୍ଷତି ପୂରଣ ଦିଆଯାଉଥିଲା । ହେଲେ ଏବେ କେନ୍ଦ୍ର ସରକାର ଏହି ଗ୍ୟାରେଣ୍ଟିକୁ ୫ ଲକ୍ଷ ଟଙ୍କାକୁ ବଢ଼ାଇ ଦେଇଛନ୍ତି । ୯୦ ଦିନ ମଧ୍ୟରେ ହିତାଧିକାରୀ ଗ୍ୟାରେଣ୍ଟି ଟଙ୍କା ମିଳିବ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରୁ ସେ ଏଥିପାଇଁ କେନ୍ଦ୍ରର କଂଗ୍ରେସ ସରକାରଙ୍କୁ ଅନୁରୋଧ କରିଆସୁଥିଲେ । ହେଲେ ମନମୋହନ ସରକାର ଏହାକୁ ଏଡାଇ ଦେଇଥିଲେ । ତେବେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ । ରବିବାର ଡିପୋଜିଟର୍ସ ଇନ୍‌ ବ୍ୟାଙ୍କ ଡିପୋଜିଟ ଇନ୍ୟୁରାନ୍ସ କାର୍ଯ୍ୟକ୍ରମରେ ଯୋଗଦେଇ ମୋଦି ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ପୂର୍ବ ସରକାର ସମସ୍ୟାକୁ ଟାଳିଦେବାରେ ବିଶ୍ୱାସ କରୁଥିଲେ । ହେଲେ ନୂଆ ଭାରତରେ ସମସ୍ୟାର ସମାଧାନ ପାଇଁ ବାଟ ବାହାର କରିବାକୁ ଗୁରୁତ୍ୱ ଦିଆଯାଉଛି । ବ୍ୟାଙ୍କ ଜମା ଉପରେ ୫ ଲକ୍ଷର ଗ୍ୟାରେଣ୍ଟି ସହ ୯୦ ଦିନର ସମୟ ସୀମା ଧାର୍ଯ୍ୟ କରାଯାଇଛି । ଅର୍ଥାତ ବ୍ୟାଙ୍କ ବୁଡିବାର ୯୦ ଦିନ ଭିତରେ ଜମାକାରୀଙ୍କୁ ସେମାନଙ୍କ ଜମା ବାବଦରେ ୫ ଲକ୍ଷ ଟଙ୍କାର କ୍ଷତିୂରଣ ଦିଆଯିବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ଦେଶର ଲକ୍ଷ ଲକ୍ଷ ମଧ୍ୟବିତ ଓ ସ୍ୱଳ୍ପ ଜମାକାରୀଙ୍କୁ ଆଶ୍ୱସ୍ତି ମିଳିବ ।

Get real time updates directly on you device, subscribe now.