fbpx

ଆଗାମୀ ୧୫ ଦିନରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ: ସାରିଦିଅନ୍ତୁ ଜରୁରୀ କାମ, ଦେଖନ୍ତୁ RBIର ଛୁଟି ଲିଷ୍ଟ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ ଲୋକମାନେ ଏବେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲାକମାନେ ସପିଂ କରୁଥିବାବେଳେ ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଉତ୍ସବ ସହ ଛୁଟି ମଧ୍ୟ ରହିଛି । ଅକ୍ଟୋବର ମାସରେ ଅଧାରୁ ଅଧିକ ଦିନ ଛୁଟିରେ କଟିଛି । ୧୫ ଦିନ ସରିଯାଇଥିବା ବେଳେ ମଧ୍ୟ ବାକି ୧୫ ଦିନରେ ୧୦ ଦିନ ଛୁଟିରେ କାଟିବ । ଏଥିପାଇଁ ବ୍ୟାଙ୍କ ସହ ଜରୁରୀ କାମ ଶୀଘ୍ର ସାରିଦିଅନ୍ତୁ । କାରଣ ଆଗାମୀ ୧୫ ଦିନରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଭଳି ପରିସ୍ଥିତିରେ କେଉଁ ସହରରେ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ, ତାହା ଆପଣଙ୍କର ଜାଣିବା ଉଚିତ୍ । ଏହାର ତାଲିକା ଆରବିଆଇ ପକ୍ଷରୁ ଜାରି କରାଯାଇଛି ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହି ଛୁଟି ଲିଷ୍ଟକୁ ୩ଟି ବର୍ଗରେ ବିଭକ୍ତ କରିଛି । ଏଥିରେ ନୋଗୋସିଏବୁଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ, ରିଅଲ ଟାଇମ୍ ଗ୍ରସ ସେଟଲମେଣ୍ଟ ହଲିଡେ ଓ ବ୍ୟାଙ୍କସ କ୍ଲୋଜିଂ ଅଫ୍ ଆକାଉଣ୍ଟସ ସାମିଲ ଅଛି । ଅର୍ଥାତ ରାଷ୍ଟ୍ରୀୟ ଛୁଟି ବ୍ୟତୀତ କିଛି ରାଜ୍ୟରେ ବିଶେଷ ଛୁଟି ରହିଛି । ସେଥିରେ ସମସ୍ତ ରବିବାର ସହିତ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ମଧ୍ୟ ସାମିଲ ରହିଛି ।

ବ୍ୟାଙ୍କ ଛୁଟିର ଲିଷ୍ଟ:-

୧୬ ଅକ୍ଟୋବର: ରବିବାର

୧୮ ଅକ୍ଟୋବର: କଟି ବିହୁ (ଗୌହାଟୀରେ ଛୁଟି)

୨୨ ଅକ୍ଟୋବର: ଚତୁର୍ଥ ଶନିବାର

୨୩ ଅକ୍ଟୋବର: ରବିବାର

୨୪ ଅକ୍ଟୋବର: କାଳୀ ପୂଜା, ଦୀପାବଳି, ନରକ ଚତୁର୍ଦ୍ଦଶୀ (ଗ୍ୟାଙ୍ଗ୍‌ଟକ, ହାଇଦ୍ରାବାଦ ଏବଂ ଇମ୍ଫାଲକୁ ଛାଡ଼ି ପୂରା ଦେଶରେ ଛୁଟି)

୨୫ ଅକ୍ଟୋବର: ଲକ୍ଷ୍ମୀ ପୂଜା, ଦୀପାବଳି, ଗୋବର୍ଦ୍ଧନ ପୂଜା (ଗ୍ୟାଙ୍ଗ୍‌ଟକ, ହାଇଦ୍ରାବାଦ, ଇମ୍ଫାଲ ଓ ଜୟପୁରରେ ଛୁଟି)

୨୬ ଅକ୍ଟୋବର: ଗୋବର୍ଦ୍ଧନ ପୂଜା, ବିକ୍ରମ ସମ୍ୱତ ନବବର୍ଷ ଦିବସ, ଭାଇ ଦୂଜ, ଦୀପାବଳି (ବାଲି ପ୍ରତିପଦା), ଲକ୍ଷ୍ମୀ ପୂଜା, ପ୍ରବେଶ ଦିବସ (ଅହମ୍ମଦାବାଦ, ବେଙ୍ଗାଲୁରୁ, ଡେରାଡୁନ୍, ଗ୍ୟାଙ୍ଗ୍‌ଟକ, ଜମ୍ମୁ, କାନପୁର, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ଶିମଲା, ଶ୍ରୀନଗରରେ ଛୁଟି ରହିବ)

୨୭ ଅକ୍ଟୋବର: ଭାଇ ଦୂଜ, ଚିତ୍ରଗୁପ୍ତ ଜୟନ୍ତୀ, ଲକ୍ଷ୍ମୀ ପୂଜା, ଦୀପାବଳି, ନିଙ୍ଗୋଲ ଚକ୍କୁବା (ଗ୍ୟାଙ୍ଗଟକ, ଇମ୍ଫାଲ, କାନପୁର, ଲକ୍ଷ୍ନୌରେ ଛୁଟି)

୩୦ ଅକ୍ଟୋବର: ରବିବାର

୩୧ ଅକ୍ଟୋବର: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ, ସୂର୍ଯ୍ୟ ଷଷ୍ଠୀ ଡାଲା ଛଠ୍‌ (ସକାଳ ଅର୍ଘ୍ୟ), ଛୁଠ୍‌ ପୂଜା (ଅହମ୍ମଦାବାଦ, ରାଞ୍ଚି ଏବଂ ପାଟନାରେ ଛୁଟି) ।

Get real time updates directly on you device, subscribe now.