fbpx

ମାର୍ଚ୍ଚ ମାସରେ କେତେଦିନ ବନ୍ଦ ରହିବ ବ୍ୟାଙ୍କ ? ଚେକ୍ କରନ୍ତୁ RBIର ଲିଷ୍ଟ୍

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମାର୍ଚ୍ଚ ମାସରେ ଛୁଟିଦିନର ତାଲିକା ପ୍ରକାଶ କରିଛି । ତେଣୁ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାମ ଅଛି, ତେବେ ଏହାକୁ ଆଗରୁ ସାରିଦିଅନ୍ତୁ , ଯାହା ଦ୍ୱାରା ଯଦି ଆପଣଙ୍କର କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକିଯାଏ ତେବେ ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେବେ ନାହିଁ । ମାର୍ଚ୍ଚରେ ୧୪ ଦିନ ବ୍ୟାଙ୍କ ଛୁଟି ଅଛି । ତେବେ କେଉଁ ରାଜ୍ୟରେ କେବେ ଛୁଟି ହେବ, ଆସନ୍ତୁ ଜାଣିବା …

ମାର୍ଚ୍ଚ ୨୦୨୪ ରେ ବ୍ୟାଙ୍କ ଛୁଟିଦିନର ତାଲିକା :-
ମାର୍ଚ୍ଚ ୧- ଶୁକ୍ରବାର, ଚାପଚର କୁଟ୍ ମିଜୋରାମ
ମାର୍ଚ୍ଚ ୩- ରବିବାର, ସମଗ୍ର ଭାରତରେ ସାପ୍ତାହିକ ବ୍ୟାଙ୍କ ଛୁଟି ।
୮ ମାର୍ଚ୍ଚ- ଶୁକ୍ରବାର, ମହାଶିବତ୍ରୀ ।
ମାର୍ଚ୍ଚ ୯- ଶନିବାର, ସମଗ୍ର ଭାରତରେ ମାସର ଦ୍ୱିତୀୟ ଶନିବାର ।
ମାର୍ଚ୍ଚ ୧୦- ରବିବାର ସମଗ୍ର ଭାରତରେ ବ୍ୟାଙ୍କ ଛୁଟି ।
ମାର୍ଚ୍ଚ ୧୭- ରବିବାର, ସମଗ୍ର ଭାରତରେ ବ୍ୟାଙ୍କ ଛୁଟି ।
୨୨ ମାର୍ଚ୍ଚ- ଶୁକ୍ରବାର, ବିହାର ଦିବସ (ବିହାର)
ମାର୍ଚ୍ଚ ୨୩- ଶନିବାର, ସମଗ୍ର ଭାରତରେ ମାସର ଚତୁର୍ଥ ଶନିବାର ।
ମାର୍ଚ୍ଚ ୨୪- ରବିବାର, ସମଗ୍ର ଭାରତରେ ବ୍ୟାଙ୍କ ଛୁଟି ।
ମାର୍ଚ୍ଚ ୨୫, ସୋମବାର, ହୋଲି (ଦ୍ୱିତୀୟ ଦିନ) – ଧୁଲେଟି /ଦୋଳ ଯାତ୍ରା ।
୨୬ ମାର୍ଚ୍ଚ- ମଙ୍ଗଳବାର, ଦ୍ୱିତୀୟ ଦିନ / ହୋଲି ଓଡିଶା, ମଣିପୁର ଏବଂ ବିହାର ।
୨୭ ମାର୍ଚ୍ଚ- ବୁଧବାର, ହୋଲି ବିହାର ।
ମାର୍ଚ୍ଚ ୨୯- ଶୁକ୍ରବାର, ଅନେକ ରାଜ୍ୟରେ ଗୁଡ ଫ୍ରାଇଡେ ।
ମାର୍ଚ୍ଚ ୩୧- ରବିବାର, ସମଗ୍ର ଭାରତରେ ବ୍ୟାଙ୍କ ଛୁଟି ।

Get real time updates directly on you device, subscribe now.