ଅଗଷ୍ଟରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଜାଣି ରଖନ୍ତୁ କେଉଁ କେଉଁ ଦିନ

ନୂଆଦିଲ୍ଲୀ: ଜୁଲାଇ ମାସ ଶେଷ ହେବାକୁ ଅଛି ଏବଂ ଅଗଷ୍ଟ ମାସ ଆରମ୍ଭ ହେବାକୁ ଯାଉଛି । ସ୍ୱାଧୀନତା ଦିବସ ସହ ଅନେକ ପର୍ବ ଆସୁଛି ଏହି ମାସରେ । ଯଦି ଆପଣ ଆସନ୍ତା ମାସରେ ବ୍ୟାଙ୍କ ସହ ଜଡ଼ିତ କୌଣସି ଜରୁରୀ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ହୋଇପାରେ କାରଣ ଅଗଷ୍ଟ ମାସରେ ରାଜ୍ୟରେ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଯାଉଛି ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଗଷ୍ଟ ମାସର ବ୍ୟାଙ୍କ ଛୁଟି ଲିଷ୍ଟ ଜାରି କରିଛି । ଅଗଷ୍ଟରେ ମହରମ, ରାକ୍ଷୀ, ସ୍ୱାଧୀନତା ଦିବସ, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଏବଂ ଗଣେଶ ଚତୁର୍ଥୀ ଭଳି ଅନେକ ପର୍ବପର୍ବାଣୀ ରହିଛି, ଯେଉଁଦିନ ବ୍ୟାଙ୍କ୍ ବନ୍ଦ ରହିବ । ଏହା ବ୍ୟତୀତ ଦ୍ୱିତୀୟ ଶନିବାର ଏବଂ ଚତୁର୍ଥ ରବିବାର ପାଇଁ ବନ୍ଦ ରହିବ । ଏହି ସାପ୍ତାହିକ ଛୁଟିକୁ ମିଶାଇ ଦେଖିଲେ ପୂରା ଅଗଷ୍ଟ ୧୧ ଦିନ ବ୍ୟାଙ୍କ୍ ବନ୍ଦ ରହିବ ।

ଏହିଦିନ ରହିବ ବ୍ୟାଙ୍କ୍ ବନ୍ଦ:

–              ୯ ଅଗଷ୍ଟ ୨୦୨୨ ମଙ୍ଗଳବାର, ମହରମ

–              ୧୨ ଅଗଷ୍ଟ ୨୦୨୨ ଶୁକ୍ରବାର, ଗହ୍ମା ପୂର୍ଣ୍ଣିମା

–              ୧୫ ଅଗଷ୍ଟ ସୋମବାର, ସ୍ୱାଧୀନତା ଦିବସ

–              ୧୯ ଅଗଷ୍ଟ ଶୁକ୍ରବାର, ଜନ୍ମାଷ୍ଟମୀ

–              ୩୧ ଅଗଷ୍ଟ, ଗଣେଶ ଚତୁର୍ଥୀ

–              ଏହା ବ୍ୟତୀତ, ମାସରେ ୪ ରବିବାର, ଦ୍ୱିତୀୟ ଶନିବାର ଏବଂ ଚତୁର୍ଥ ରବିବାର ରହିଛି ।

ଯାହାକୁ ମିଶାଇ ୧୧ ଦିନ ବ୍ୟାଙ୍କ୍ ବନ୍ଦ ରହିବ । ତେବେ ଦେଶରେ ଅନେକ ରାଜ୍ୟରେ ୧୮ ଦିନ ପର୍ଯ୍ୟନ୍ତ ଛୁଟି ମିଳିବାକୁ ଯାଉଛି ।