fbpx

Bank of Baroda Recruitment: ଏହି ସବୁ ପଦବୀରେ ରହିଛି ନିଯୁକ୍ତି, ରହିଛି ୩୦୦ ରୁ ଅଧିକ ପୋଷ୍ଟ

ନୂଆଦିଲ୍ଲୀ: ବ୍ୟାଙ୍କ୍ ଅଫ୍ ବରୋଦାରେ ନିଯୁକ୍ତି ପାଇଁ ଭଲ ସୁଯୋଗ । ଜାରି ହୋଇଥିବା ବିଜ୍ଞପ୍ତି ଅନୂଯାୟୀ ବ୍ୟାଙ୍କ ଅଫ୍ ବରୋଦାରେ ସିନିୟର ରିଲେସନସିପ୍ ମ୍ୟାନେଜର, ଗ୍ରୁପ ସେଲ୍ସ ହେଡ ସହ ବିଭିନ୍ନ ପଦରେ ଆବେଦନ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଇଚ୍ଛୁକ ଏବଂ ଯୋଗ୍ୟ ଆଶାୟୀ ୨୦ ଅକ୍ଟୋବର ମଧ୍ୟରେ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଅଫିସିଆଲ ୱେବସାଇଟ୍ bankofbaroda.in ରେ ବିଜ୍ଞପ୍ତି ଦେଖିପାରିବେ । ଏହି ବିଜ୍ଞପ୍ତି ଅନୂଯାୟୀ ୩୪୬ ପଦରେ ଭର୍ତ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି ।

ସିନିୟର ରିଲେସନସିପ୍ ମ୍ୟାନେଜର-୩୨୦ ପଦ

ୱେଲଥ ରିଲେସନସିପ୍ ମ୍ୟାନେଜର-୨୪ ପଦ

ଗ୍ରୁପ୍ ସେଲ୍ସ ହେଡ-୧ ପଦ

ଅପରେସନ୍ସ ହେଡ-ହେଲଥ- ୧ପଦ

ଶିକ୍ଷାଗତ ଯୋଗ୍ୟତା:

ପଦ ପାଇଁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଗ୍ରାଜୁଏସନ ପାସ୍ କରିଥିବା ଆଶାୟୀ ଆବେଦନ କରିପାରିବେ । ଅବଶ୍ୟ ଅପରେସନ୍ସ ହେଡ ୱେଲଥ ପଦ ପାଇଁ ଏମବିଏ କିମ୍ବା ସମକକ୍ଷ ଯୋଗ୍ୟତା ରଖିଥିବା ଆଶାୟୀଙ୍କୁ ପ୍ରାଥମିକତା ଦିଆଯିବ । ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଦେଖିପାରିବେ ।

ସିନିୟର ରିଲେସନସିପ୍ ମ୍ୟାନେଜର ପଦ ପାଇଁ ୨୪-୪୦ ବର୍ଷ, ୱେଲଥ ରିଲେସନସିପ୍ ମ୍ୟାନେଜର ପାଇଁ ୨୩-୩୫ ବର୍ଷ, ଗ୍ରୁପ୍ ସେଲ୍ସ ହେଡ ପାଇଁ ୩୧-୪୫ ଏବଂ ଅପରେସନ୍ସ ହେଡ ୱେଲ୍ଥ ପଦ ପାଇଁ ୩୫-୫୦ ବର୍ଷ ପର୍ଯ୍ୟନ୍ତ ଆଶାୟୀ ଆବେଦନ କରିପାରିବେ ।

ତେବେ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନ ପଢ଼ିନେବାକୁ ପରାମର୍ଶ ।

 

 

Get real time updates directly on you device, subscribe now.