ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଆସିଲା ନିଯୁକ୍ତି ସୁଯୋଗ: ଅଭିଜ୍ଞ ପ୍ରାର୍ଥୀଙ୍କୁ ମିଳୁଛି ୫୦ ହଜାରରୁ ଅଧିକ ଦରମା

ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ବ୍ୟାଙ୍କ ଅଫ୍ ବରୋଦା ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞାପନ ଜାରି ହୋଇଛି । ପ୍ରାର୍ଥୀଙ୍କୁ ରିଲେସନଶିପ୍ ସ୍ପେଶାଲିଷ୍ଟ ଅଫିସର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଦିଆଯାଇଥିବା ଅଫିସିଆଲ ୱେବସାଇଟ୍ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କୀତ ସବିଶେଷ ତଥ୍ୟ ପାଇ ପାରିବେ ।

ଏପ୍ରିଲ ମାସ ୨୭ ତାରିଖରୁ ମାର୍ଚ୍ଚ ମାସ ୧୭ ତାରିଖ ମଧ୍ୟରେ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ । ଚଳିତ ବର୍ଷ ଏପ୍ରିଲ ମାସ ପହିଲା ସୁଦ୍ଧା ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଷୟରେ ଡିଗ୍ରୀ / ପିଜି ଡିଗ୍ରୀ / ଡିପ୍ଲୋମା ପାସ୍ କରିଥିବା ଆବଶ୍ୟକ । ରିଲେସନଶିପ୍ ମ୍ୟାନେଜର ପଦ ପାଇଁ ବୟସ ଯୋଗ୍ୟତା ୨୮ରୁ ୪୨ ବର୍ଷ, କ୍ରେଡିଟ ଆନାଲିଷ୍ଟ ପଦ ପାଇଁ ୨୫ରୁ ୩୫ ବର୍ଷ, ଫୋରେକ୍ସ ଆକ୍ୟୁଜିସନ ଓ ରିଲେସନଶିପ୍ ମ୍ୟାନେଜର ପଦ ପାଇଁ ୨୪ରୁ ୪୦ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।

ବ୍ୟାଙ୍କର ଆବଶ୍ୟକତା ଅନୁଯାୟୀ ପ୍ରାର୍ଥୀଙ୍କୁ ସମୟ ବ୍ୟବଧାନରେ ଦେଶର ବିଭିନ୍ନ ସ୍ଥାନରେ ଥିବା ବ୍ୟାଙ୍କର ଶାଖାମାନଙ୍କରେ ନିଯୁକ୍ତି ଦିଆଯିବ । ପ୍ରତ୍ୟେକ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା ଓ ଦରମା ହାର ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://ibpsonline.ibps.in/bobsomar23/

ନୋଟିଫିକେସନ ଲିଙ୍କ: https://www.bankofbaroda.in/-/media/Project/BOB/CountryWebsites/India/Career/23-04/notification-dated-27-04-2023-re-opening-of-application-26-17.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.bankofbaroda.in/