କଟକ(ଭାସ୍କର ନ୍ୟୁଜ୍): ବର୍ଷା-ଅନୁଭବ ଛାଡପତ୍ର ମାମଲାରେ ଶନିବାର କଟକର ପାରିବାରିକ ଅଦାଲତରେ ସାକ୍ଷ୍ୟଗ୍ରହଣ ହୋଇଛି । ଏହି ମାମଲାରେ ଅନୁଭବ ପାରିବାରିକ ଅଦାଲତରେ ହାଜର ହୋଇଥିଲେ । ପରିବାର ଅଦାଲତରେ ଅନୁଭବ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିବା ସହିତ ଦାଖଲ ନଥିତ୍ର ଚିହ୍ନଟ କରିଥିଲେ । ଏଥିସହ ବର୍ଷାଙ୍କ ସହ ବିବାହ ବିଚ୍ଛେଦ ମାମଲାର ତ୍ୱରିତ ଶୁଣାଣି କରିବାକୁ ଅନୁଭବ କୋର୍ଟଙ୍କୁ ଗୁହାରି କରିଛନ୍ତି । ଅନୁଭବଙ୍କୁ ବର୍ଷାଙ୍କ ଓକିଲ ବିଭିନ୍ନ ପ୍ରଶ୍ନ ପଚାରି ଜେରା କରିଥିଲେ ।
ଛାଡ଼ପତ୍ର ପାଇଁ ଅନୁଭବ ମାମଲା ରୁଜୁ କରିଥିବାବେଳେ ବର୍ଷା ମଧ୍ୟ ତାଙ୍କର ଦାମ୍ପତ୍ୟ ସଂପର୍କ ସୁରକ୍ଷା ଲାଗି ଆବେଦନ କରିଛନ୍ତି । ପାରିବାରିକ ଅଦାଲତରେ ଉଭୟ ମାମଲାର ଏକତ୍ର ଶୁଣାଣି ଚାଲିଛି । ଅନୁଭବଙ୍କ ପକ୍ଷରୁ ରୁଜୁ ମାମଲାରେ ଦର୍ଶାଯାଇଛି ଯେ କି ତାଙ୍କ ପରିବାର ଓ ତାଙ୍କ ବିରୋଧରେ ବର୍ଷା ଘରୋଇ ହିଂସା ପ୍ରସଙ୍ଗରେ ଆଣିଥିବା ସମସ୍ତ ଅଭିଯୋଗ ଅସତ୍ୟ ତଥ୍ୟ ଉପରେ ଆଧାରିତ । ଏସବୁ ଅଭିଯୋଗର କୌଣସି ସତ୍ୟତା ନାହିିଁ ।