fbpx

ଏହି ସମୟରେ ଗାଧୋଇବା ଦ୍ଵାରା ଆପଣ ଭୋଗିପାରନ୍ତି ଅନେକ ସମସ୍ୟା !

ସକାଳୁ ଉଠିବା ପରେ ନଗାଧେଇବା ଯାଏଁ ସତେଜ ଲାଗିନଥାଏ । କେତେକଙ୍କୁ ସକାଳୁ ଉଠୁ ଉଠୁ ଗାଧୋଇବା ପସନ୍ଦ ତ ଅନ୍ୟ କେତେକଙ୍କୁ ସନ୍ଧ୍ୟାରେ ଗାଧୋଇବା ପସନ୍ଦ । କିନ୍ତୁ ଜାଣିଛନ୍ତି କି ଗାଧୋଇବା ପାଇଁ ମଧ୍ୟ ରହିଥାଇପାରେ ଏକ ନିର୍ଦ୍ଧିଷ୍ଟ ସମୟ ?

ଭୁଲ ସମୟରେ ଗାଧୋଇବା ଦ୍ୱାରା ହୋଇପାରେ ଅନେକ ଅସୁବିଧା । ଡାକ୍ତରଙ୍କ ଅନୁସାରେ ଭୁଲ ସମୟରେ ଗାଧୋଇବା ଆପଣଙ୍କ ପକାକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ତୁରନ୍ତ ଖାଇବା ପରେ ଗାଧୋଇବା ଅନୁଚିତ୍ । ଖାଦ୍ୟ ହଜମ କରିବା ପାଇଁ ଆପଣଙ୍କ ଶରୀରରେ ଅଗ୍ନି ରହିବା ଅତ୍ୟନ୍ତ ଜରୁରୀ । ଯେତେବେଳେ ଆପଣ ତୁରନ୍ତ ଖାଇବା ପରେ ଗାଧୋଇଥାନ୍ତି, ସେତବେଳେ ଅଗ୍ନି ଆପଣଙ୍କ ଶରୀରର ପେଟ ଦେଇ ବାହାରକୁ ଚାଲିଯାଏ । ଏହା ରକ୍ତ ସଞ୍ଚାଳନକୁ ମନ୍ଥର କରିଥାଏ, ଯାହା ପରବର୍ତ୍ତୀ ସମୟରେ ହଜମ ପ୍ରକ୍ରିୟାକୁ ମନ୍ଥର କରିଥାଏ ।

ଜ୍ୱର ହେବା ସମୟରେ ଥଣ୍ଡା ପାଣିରେ ଗାଧୋଇବା ହୋଇପାରେ ବହୁତ କ୍ଷତିକାରକ । ଡାକ୍ତରଙ୍କ ଅନୁଯାୟୀ ଜ୍ୱର ସମୟରେ ଗାଧୋଇବା ଆମ ଅଗ୍ନି ଉପରେ ଅଧିକ ପ୍ରଭାବ ପକାଇପାରେ ।ଯଦି ଆପଣଙ୍କ କୋଷ୍ଠକାଠିନ୍ୟ ଅଛି ଓ ହଜମ ସମସ୍ୟା ବଢିଯାଇଛି । ତେବେ ଏହି ଆପଣ ଗାଧୋଇବା ଉଚିତ୍ ନୁହେଁ ।

ଗାଧୋଇବା ଦ୍ୱାରା କେବଳ ଆମ ଶରୀର ସଫା ରହେ ନାହିଁ, ବରଂ ଏହା ଆମ ଶରୀର, ମନ ଓ ପ୍ରାଣ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ପ୍ରମାଣିତ ହୋଇପାରେ । ଯେଉଁଠାରେ ଆୟୁର୍ବେଦ ବିଶେଷଜ୍ଞମାନେ କହିଛନ୍ତି ଯେ ସ୍ନାନ କରିବାର ସର୍ବୋତ୍ତମ ସମୟ ହେଉଛି ସକାଳ । ସକାଳେ ବ୍ୟାୟାମ କରିବା ପରେ ଗାଧୋଇବା ଭଲ ବୋଲି ବିବେଚନା କରାଯାଏ, କାରଣ ଏହା ଆପଣଙ୍କ କ୍ଳାନ୍ତତାକୁ ଦୂର କରିଥାଏ ।

ଆହୁରି ମଧ୍ୟ, ସୂର୍ଯ୍ୟ ନିଜର ପ୍ରକୋପ ଦେଖାଇବା ପୂର୍ବରୁ ସକାଳେ ଗାଧୋଇବା ଭଲ ବୋଲି ବିବେଚନା କରାଯାଏ। ଯଦି ଆପଣ ଖାଇବା ପରେ ସ୍ନାନ କରନ୍ତି, ତେବେ ଆପଣଙ୍କୁ ଜ୍ୱର କିମ୍ବା ବଦହଜମି ହୋଇଥାଏ, ତେବେ ବର୍ତ୍ତମାନ ସାବଧାନ ରୁହନ୍ତୁ ।

Get real time updates directly on you device, subscribe now.