fbpx

ବ୍ୟାଟେଲ୍‌ଗ୍ରାଉଣ୍ଡସ୍‌ ମୋବାଇଲ୍‌ ଇଣ୍ଡିଆର ପ୍ରି- ରେଜିଷ୍ଟେସନ୍ ଆରମ୍ଭ, ପ୍ରାକ୍‌-ପଞ୍ଜିକରଣ କଲେ ମିଳିବ ୪ଟି ଆକର୍ଷଣୀୟ ପୁରସ୍କାର, ଜାଣନ୍ତୁ କେମିତି କରିବେ…

ନୂଆଦିଲ୍ଲୀ : ଅଗ୍ରଣୀ ସାଉଥ୍‌ କୋରିଆନ ଗେମ୍‌ ଡେଭଲପର କ୍ରାଫ୍‌ଟନ୍‌ ବ୍ୟାଟେଲ ଗ୍ରାଉଣ୍ଡସ ମୋବାଇଲ୍‌ ଇଣ୍ଡିଆର ପ୍ରାକ୍‌ ପଞ୍ଜିକରଣ ଆରମ୍ଭ କରିଛି । ଏହା କ୍ରାଫ୍‌ଟନ୍‌ ଦ୍ୱାରା ବିକଶିତ । ଏହି ଗେମ୍‌ର ପ୍ରାକ୍‌ ପୀକରଣ ସୁବିଧା ଭାରତର ପ୍ରଶଂସକମାନଙ୍କ ପାଇଁ ଗୁଗଲ ପ୍ଲେଷ୍ଟୋରରେ ବର୍ତମାନ ଲାଇଭ୍‌ ରହିଛି । ଏହି ୱେବ୍‌ ସାଇଟ୍‌ https://play.google.com/store/apps/details?id=com.pubg.imobile କୁ ଯାଇ ପ୍ରି- ରେଜିଷ୍ଟେସନ୍ କରି ହୋଉଛି। ଯେଉଁ ଖେଳାଳୀମାନେ ବ୍ୟାଟେଲଗ୍ରାଉଣ୍ଡ୍‌ସ ମୋବାଇଲ୍‌ ଇଣ୍ଡିଆ ପାଇଁ ପ୍ରାକ୍‌-ପଞ୍ଜିକରଣ କରୁଛନ୍ତି। ସେମାନେ ରେକନ୍‌ ମାସ୍କ, ରେକନ୍‌ ଆଉଟଫିଟ୍‌, ସେଲିବ୍ରେସନ ଏକ୍ସର୍ଟ
ଟାଇଟେଲ୍‌ ଓ ୩୦୦ ଏଜି ଏହି ୪ଟି ଆକର୍ଷଣୀୟ ପୁରସ୍କାର ଜିତି ପାରିବେ ।

ଏହି ପୁରସ୍କାର କେବଳ ସ୍ୱତନ୍ତ୍ର ଭାବରେ ପ୍ରି-ରେଜିଷ୍ଟର କରୁଥିବା ପ୍ରଶଂସକମାନଙ୍କ ପାଇଁ ଉପଲବ୍ଧ । ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ୍‌ ଇଣ୍ଡିଆ ପାଇଁ ପ୍ରି-ରେଜିଷ୍ଟର କରିବା ପାଇଁ ଗୁଗଲ୍‌ ପ୍ଲେଷ୍ଟୋର ଲିଙ୍କ ପରିଦର୍ଶନ କରନ୍ତୁ ଓ ପ୍ରି-ରେଜିଷ୍ଟରନ୍ତ ବଟନ୍‌ଉପରେ କ୍ଲିକ କରନ୍ତୁ ଓ ଗେମ୍‌ ଆରମ୍ଭ ହେବା ପରେ ଆପଣଙ୍କର ପୁରସ୍କାର ଆପେ ଆପେ ଦାବୀକରିବା ପାଇଁ ଉପଲବ୍ଧ ହେବ । ଭର୍ଚୁଆଲ୍‌ ଦୁନିଆରେ ସେଟ୍‌ ହୋଇଥିବା, ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ୍‌ ଇଣ୍ଡିଆ ହେଉଛି ଏକ ବ୍ୟାଟେଲ୍‌ ରୟାଲ୍‌ ଗେମ୍‌ ଯେଉଁଠାରେ ଅନେକ ପ୍ଲେୟାର ଯୁଦ୍ଧ କରିବା ପାଇଁ ନିଜର କୌଶଳର ବିନିଯୋଗ କରିଥାନ୍ତି ।

ଖେଳାଳୀମାନେ ବିଭିନ୍ନ ପ୍ରକାର ଗେମ୍‌ ମୋଡରେ ଖେଳିାରିବେ ଯାହାକି ସ୍ୱାଡଭିତିକ ବା ଏପରିକି ଜଣକୁ ଜଣ ହୋଇପାରେ । ବିଭିନ୍ନ ଟେରାନ୍‌ ସହିତ ବ୍ୟାପକ ମ୍ୟାପରେ ଭର୍ଚୁଆଲ୍‌ ସେଟିଂରେ ପ୍ରସ୍ତୁତ ବ୍ୟାଟେଲଗ୍ରାଉଣ୍ଡସ ମୋବାଇଲ୍‌ ଇଣ୍ଡିଆ ଅନରିୟଲ୍‌ ଇଞ୍ଜିନ୍‌ ୪ର ସମ୍ପୂର୍ଣ୍ଣ କ୍ଷମତାକୁ ଉପଯୋଗ କରିଥାଏ ଓ ଏଥିରେ ରହିଛି ଅତ୍ୟନ୍ତ ଆକର୍ଷଣୀୟ ୩ଡି ସାଉଣ୍ଡ ଯାହାକି ମୋବାଇଲ୍‌ ଫୋନରେ ଏକ ଅତ୍ୟନ୍ତ ଆନନ୍ଦଦାୟକ ଅନୁଭୂତି ପ୍ରଦାନ କରିଥାଏ । ଏହି ଗେମକୁ ଅତ୍ୟନ୍ତ ସହଜରେ ଉପଭୋଗ କରିବା ପାଇଁ ସୁପାରିଶକୃତ ସିଷ୍ଟମ ଆବଶ୍ୟକତା ହେଉଛି ଆଣ୍ଡ୍ରଏଡ୍‌ ୫.୧.୧ ବା ତଦୁର୍ଦ୍ଧ ଓ ମୋବାଇଲ୍‌ ଡିଭାଇସରେ ଅତି କମରେ ୨ ଜିବି ରାମ୍‌ ରହିଥିବା ଆବଶ୍ୟକ ।

Get real time updates directly on you device, subscribe now.