IPL ନିଲାମୀ ପୂର୍ବରୁ ପୃଥ୍ୱୀ ଶ’ଙ୍କୁ ବଡ଼ ଝଟକା, ଫିଟନେସ୍ କାରଣ ଦର୍ଶାଇ ରଣଜୀ ଟିମରୁ ବାହାର କଲା BCCI

ନୂଆଦିଲ୍ଲୀ: ଆସନ୍ତା ମାସ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌(IPL)ର ପରବର୍ତ୍ତୀ ସିଜିନ୍ ପାଇଁ ଖେଳାଳିଙ୍କ ନିଲାମୀ ହେବ । ନଭେମ୍ବର ଶେଷ ସପ୍ତାହରେ ମେଗା ଅକ୍ସନ ଆୟୋଜିତ ହେବ । ଏହା ପୂର୍ବରୁ ଅନେକ ଖେଳାଳିଙ୍କ ରିଟେନସନକୁ ନେଇ ଚିନ୍ତା ବୃଦ୍ଧି ପାଇଛି । ଏଥିମଧ୍ୟରେ ମୁମ୍ବାଇ ଟିମର ଓପେନିଂ ବ୍ୟାଟ୍ସମ୍ୟାନ ପୃଥ୍ୱୀ ଶ (Prithvi Shaw)ଙ୍କୁୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏନେଇ ଅନେକ ଫ୍ୟାନ୍ସ ନିରାଶ ଥିବା ଜଣାପଡ଼ିଛି ।

ମୁମ୍ବାଇ ସିଲେକ୍ସନ କମିଟି ପରବର୍ତ୍ତୀ ରଣଜୀ ଟ୍ରଫି ମ୍ୟାଚରୁ ମୁମ୍ବାଇ ଟିମରୁ ଏହାର ଓପେନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶାଙ୍କୁ ବାହାର କରିଛି । ପୃଥ୍ୱୀଙ୍କ ଫିଟନେସକୁ କାରଣ ଦର୍ଶାଇ କମିଟି ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ରିପୋର୍ଟରୁ ପ୍ରକାଶ କି ଚୟନକର୍ତ୍ତା କମିଟି ମୁମ୍ବାଇ କ୍ରିକେଟ ଆସୋସିଏସନ(MCA) କୁ କହିଛି ଯେ ପୃଥ୍ୱୀଙ୍କ ଶରୀରରେ ୩୫% ଫ୍ୟାଟ ରହିଛି ଏବଂ ତାଙ୍କୁ ଦଳରେ ଫେରିବା ପୂର୍ବରୁ ତାଲିମ ଆବଶ୍ୟକ । ତେଣୁ ଅତି କମରେ ୨ ସପ୍ତାହ ପର୍ଯ୍ୟନ୍ତ MCA ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଫିଟନେସ୍ ସିଡ୍ୟୁଲ ପାଳନ କରିବାକୁ ପଡ଼ିବ । କହିରଖୁଛୁ ଆସନ୍ତା ଅକ୍ଟୋବର ୨୬ରୁ ୨୯ ପର୍ଯ୍ୟନ୍ତ ମୁମ୍ବାଇ ଟିମ୍ ତ୍ରିପୁରା ବିପକ୍ଷରେ ରଣଜୀ ଟ୍ରଫି ମ୍ୟାଚ୍ ଖେଳିବ ।

ମୁମ୍ବାଇ ଟିମ: ଅଜିଙ୍କ୍ୟ ରାହାଣେ(ଅଧିନାୟକ), ଆୟୁଷ୍ମାନ ହ୍ମାତ୍ରେ, ଅଙ୍ଗକୃଷ ରଘୁବଂଶୀ, ଅଖିଲ ହେରୱାଦକର, ଶ୍ରେୟସ ଅୟର, ଶିଦ୍ଧେଶ ଲାଡ୍‌, ସୂର୍ଯ୍ୟାଂଶ ଶେଡଗେ, ହାର୍ଦ୍ଦିକ ତମୋର(ୱିକେଟରକ୍ଷକ), ସିଦ୍ଧାନ୍ତ ଅଧାତ୍ରୋଭ(ୱିକେଟରକ୍ଷକ), ଶମ୍ସ ମୁଲାନୀ, କର୍ଷ କୋଠାରୀ, ହିମାଂଶୁ ସିଂହ, ଶାର୍ଦୁଲ ଠାକୁର, ମୋହିତ ଅୱସ୍ଥି, ମୋହମ୍ମଦ ଜୁନୈଦ ଖାନ୍ ଏବଂ ରାୟସନ୍ ଡାୟସ ।

Get real time updates directly on you device, subscribe now.