ତରଳିଲା BCCIର ମନ, ପତ୍ନୀଙ୍କୁ ନେଇ ଯାଇପାରିବେ କ୍ରିକେଟର
ନିୟମରେ ହେଲା ପରିବର୍ତ୍ତନ। ପରିବାରଙ୍କୁ ସାଙ୍ଗରେ ନେଇ ଯାଇପାରିବେ ଖେଳାଳୀ। ହେଲେ ଏଥିପାଇଁ ବି ରହିଛି କଡ଼ା ନିୟମ। ବିଶୃଙ୍ଖଳା କଲେ ଟୁର୍ଣ୍ଣାମେଣ୍ଟରୁ ପଡିପାରନ୍ତି ବାଦ୍।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କ ପାଇଁ ଖୁସି ଖବର। ନିୟମରେ ହେଲା ପରିବର୍ତ୍ତନ। BCCIର ୟୁଟର୍ଣ୍ଣ। ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ BCCI ବଦଳାଇ ଦେଲା ନିୟମ। ଏବଂ ଏକା କ୍ରିକେଟର ନୁହେଁ। ସାଙ୍ଗରେ ଯାଇପାରିବେ ପୁରା ପରିବାର।
ପୂର୍ବରୁ BCCI କଡ଼ା ନିଷ୍ପତ୍ତି ନେଇଥିଲା। କ୍ରିକେଟରମାନଙ୍କ ସାଙ୍ଗରେ ମ୍ୟାଚ୍ ବେଳେ ତାଙ୍କ ପତ୍ନୀ କିମ୍ୱା ପରିବାର ଯାଇପାରିବେ ନାହିଁ ବୋଲି ନିୟମ ହୋଇଥିଲା। ହେଲେ ଏବେ ସେ ନିୟମରେ ପରିବର୍ତ୍ତନ ହୋଇଥିବା କଥା ଜଣାପଡିଛି।
ଚାମ୍ପିୟନ୍ସ ଟ୍ରଫି: ଯଦି ଦେଖିବା ଏବେ ହେବାକୁ ଯାଉଛି ଚାମ୍ପିୟନ୍ସ ଟ୍ରଫି। ହେଲେ ତା ପୂର୍ବରୁ BCCIର ମନ ତରଳିଛି। କ୍ରିକେଟରମାନଙ୍କର ମନକଥା ବୁଝିପାରି ନିଷ୍ପତ୍ତିରେ କୋହଳ ଆଣିଛି। କାରଣ ବର୍ଡର ଗାଭାସ୍କର ଟ୍ରଫିରେ ପରାଜୟ ପରେ ଖେଳାଳିଙ୍କ ପାଇଁ କଠୋର ହୋଇଥିଲା ବିସିସିଆଇ।
ଖେଳାଳିଙ୍କ ପାଇଁ ଥିବା ଅନେକ ସୁବିଧା ଉପରେ ରୋକ ଲାଗିଥିଲା । ବିଦେଶ ଯାତ୍ରା ବେଳେ ପରିବାର ଲୋକ କିମ୍ବା ପତ୍ନୀଙ୍କୁ ସାଙ୍ଗରେ ନେବା ଉପରେ ପ୍ରତିବନ୍ଧକ ଲଗାଇଥିଲା ବିସିସିଆଇ। ହେଲେ ଏବେ ସେହି ପ୍ରତିବନ୍ଧକରେ ଟିକେ ପରିବର୍ତ୍ତନ ହୋଇଛି। ଆଉ ଏଥିପାଇଁ ନିୟମ କିନ୍ତୁ ରହିଛି। ନିୟମ ଅନୁସାରେ କାର୍ଯ୍ୟ କରିବାକୁ କୁହାଯାଇଛି।
ନିୟମ: ପୂର୍ବରୁ BCCI ପକ୍ଷରୁ ନିୟମ ଥିଲା କି ୪୫ ଦିନରୁ ଅଧିକ ବିଦେଶ ଯାତ୍ରା ସମୟରେ ଖେଳାଳିଙ୍କୁ ଦୁଇ ସପ୍ତାହ ପାଇଁ ପରିବାର ଲୋକଙ୍କୁ ସାଙ୍ଗରେ ନେବାର ଅନୁମତି ଥିଲା । କିନ୍ତୁ ବର୍ଡର ଗାଭାସ୍କର ଟ୍ରଫିରେ ମ୍ୟାଚ ପରେ ଏହି ନିୟମ ବଦଳିଥିଲା।
କୌଣସି କ୍ରିକେଟର ମ୍ୟାଚ୍ ବେଳେ ଭାର ବାହାରକୁ ଯିବା ବେଳେ ସାଙ୍ଗରେ ପତ୍ନୀ କିମ୍ୱା ଡପରିବାରକୁ ନେଇ ଯାଇପାରିବେ ନାହିଁ ବୋଲି BCCI କଡା ନିର୍ଦ୍ଦେଶ ଶୁଣାଇଥିଲା। ହେଲେ ଏବେ ସେହି ନିୟମରେ ଟିକେ କୋହଳ ହୋଇଛି।
ଗୋଟିଏ ମ୍ୟାଚ୍ ଦେଖିବାକୁ ଦୁବାଇ ଯାଇପାରିବେ ପରିବାର। ବିସିସିଆଇର ଅନୁମତି ନେଇ ଯାଇପାରିବେ ପତ୍ନୀ ଓ ପରିବାର। ଏଥିପାଇଁ ଚୟନ ସମିତି ଅଧ୍ୟକ୍ଷ ଓ ମୁଖ୍ୟ କୋଚଙ୍କ ମଞ୍ଜୁରୀ ଆବଶ୍ୟକ। ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଟୁର୍ଣ୍ଣାମେଣ୍ଟ ଖେଳିବାରେ ପ୍ରତିବନ୍ଧକ ମଧ୍ୟ ଲାଗିପାରେ। ବିଶୃଙ୍ଖଳା କଲେ ଖେଳାଳିଙ୍କ ମ୍ୟାଚ୍ ଫି ମଧ୍ୟ କଟିପାରେ।