fbpx

ଦଶହରା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ୭୨,୫୦୦ ଟଙ୍କା ଉପହାର ଦେବ ଏହି କମ୍ପାନୀ

ନୂଆଦିଲ୍ଲୀ: ପବ୍ଲିକ ସେଣ୍ଟର କମ୍ପାନୀ କୋଲ ଇଣ୍ଡିଆ ନିଜ କର୍ମଚାରୀଙ୍କୁ ଉତ୍ସବ ସମୟରେ ଜବରଦସ୍ତ ଉପହାର ଦେବାକୁ ଯାଉଛି । କମ୍ପାନୀ ଏବର୍ଷ କର୍ମଚାରୀଙ୍କୁ ମିଳୁଥିବା ପ୍ରଦର୍ଶନ ଆଧାରିତ ଉପହାର ବା ପିଏଲଆରକୁ ବଢ଼ାଇ ୭୨,୫୦୦ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି । ଆର୍ଥିକ ବର୍ଷ ୨୦୨୧-୨୨ରେ ପ୍ରତି କର୍ମଚାରୀ ପିଛା ୭୨,୫୦୦ ଟଙ୍କାର ଉପହାର ଦେବାକୁ କମ୍ପାନୀ ଘୋଷଣା କରିଛି ।

ଗତବର୍ଷ କୋଲ ଇଣ୍ଡିଆ କମ୍ପାନୀର ପ୍ରତ୍ୟେକ କର୍ମଚାରୀଙ୍କୁ ୬୮,୦୦୦ ଟଙ୍କା ମିଳିଥିଲା । ମିଳିଥିବା ଖବର ମୁତାବକ, ମହାରତ୍ନ କମ୍ପାନୀ ନିଜ ବୟାନରେ କହିଛି ଯେ ପିଏଲଆର ଆଧାରିତ ଏହି ଉପହାର ୧୧ ଅକ୍ଟୋବର ୨୦୨୧ ପୂର୍ବରୁ ପ୍ରତି କର୍ମଚାରରଙ୍କ ଆକାଉଣ୍ଟକୁ ପଠାଯିବ ।

Get real time updates directly on you device, subscribe now.