fbpx

ଭିକାରୀ ହେବ ତ ଏମିତି ! ୧୦୦ ପରିବାରକୁ ୧ ମାସର ରାସନ ଦେବା ସହ ବାଣ୍ଟିସାରିଛନ୍ତିି ୩୦୦୦ ମାସ୍କ

ଦୁନିଆରେ ବହୁ ଲୋକ ଏପରି ଅଛନ୍ତି, ଯେଉଁମାନେ ଭିକ ନିଜ ପେଟ ପୋଷୁଛନ୍ତି । କିନ୍ତୁ ପଞ୍ଜାବର ପଠାଣକୋଟରେ ଏପରି ଏକ ଭିକାରୀ ଅଛନ୍ତି ଯିଏ କରୋନା ଯୋଦ୍ଧା ସାଜି ଲୋକମାନଙ୍କୁ ସାହାର୍ଯ୍ୟ କରିବାରେ ଲାଗିଛନ୍ତି । ଭିକ ମାଗି ନିଜର ଗୁଜୁରାଣ ମେଣ୍ଟାଉଥିବା ଦିବ୍ୟାଙ୍ଗ ରାଜୁଙ୍କ ଏପରି କାମକୁ ଲୋକମାନେ ବେଶ ପ୍ରଂଶସା କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୧୦୦ ଗରିବ ପରିବାରକୁ ୧ ମାସର ରାସନ ଯୋଗାଇବା ସହ ରାଜୁ ୩୦୦୦ରୁ ଅଧିକ ମାସ୍କ ବାଣ୍ଟିସାରିଛନ୍ତି । କେବଳ ଏତିକି ନୁହେଁ, ଭିକ ମାଗି କମାଇଥିବା ଟଙ୍କାରେ ରାଜୁ ବହୁ ଝିଅମାନଙ୍କର ବାହାଘର ମଧ୍ୟ କରିଛନ୍ତି । ତାଙ୍କ ମତରେ, ଯେତିକି ଟଙ୍କା ଦରକାର ମୁଁ ସେତିକି ଖର୍ଚ୍ଚ କରେ । ବାକି ଟଙ୍କାରେ ଲୋକଙ୍କର ସାହାର୍ଯ୍ୟ କରିଥାଏ । ବର୍ତ୍ତମାନ ସୁଦ୍ଧା ରାଜୁ ୨୨ଟି ଯୁବତୀଙ୍କ ବିବାହ କରିସାରିଛି । ଭିକ ଟଙ୍କାରେ ଲୋକଙ୍କୁ ସାହାର୍ଯ୍ୟ କରୁଥିବାରୁ ରାଜୁ ମନ ବି ବହୁତ ଖୁସି ।

Get real time updates directly on you device, subscribe now.