ଡାଇବେଟିସ୍ ସହ ଏହି ରୋଗରୁ ମୁକ୍ତି ଦେଇଥାଏ ବେଲପତ୍ର କାଢ଼ା, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ବେଲପତ୍ର କେବଳ ଯେ ପୂଜା କରାଯାଏ ତାହା ନୁହେଁ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥିବା କୁହାଯାଏ । ବେଲପତ୍ର ଅନେକ ରୋଗରୁ ଆରାମ ଦେଇଥାଏ । ଆୟୁର୍ବେଦରେ ବେଲପତ୍ରକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇଆସୁଛି । ତେବେ ଏଥିରୁ ପ୍ରସ୍ତୁତ କାଢ଼ାରୁ ମଧ୍ୟ ଅନେକ ରୋଗରୁ ଆରାମ ମିଳିଥାଏ । ଏକ ରିପୋର୍ଟ ଅନୁଯାୟୀ ଡାଇବେଟିସ୍ ରୋଗୀଙ୍କ ପାଇଁ ବେଲପତ୍ର କାଢ଼ା ବେଶ୍ ଉପାଦେୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା କିପରି ବେଲପତ୍ର କାଢ଼ା ତିଆରି କରି ପିଇବା ଦ୍ୱାରା ଆପଣଙ୍କୁ ଫାଇଦା ମିଳିଥାଏ ।

–              ଯଦି ଆପଣଙ୍କୁ ଡାଇବେଟିସ୍ ହୋଇଛି ଏବଂ ଆପଣଙ୍କ ବ୍ଲଡ ସୁଗାର କଣ୍ଟ୍ରୋଲ କରିବାକୁ ଚାହୁଛନ୍ତି ତେବେ ଆପଣ ବେଲପତ୍ର କାଢ଼ା ପିଇପାରିବେ । ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ବେଲ ପତ୍ରକୁ ସଫା କରି ଏବଂ ଏହାର ରସ ବାହାର କରିଦିଅନ୍ତୁ । ଏବେ ଏହି ରସରେ ୧ କପ୍ ପାଣି ମିଶାଇ ଭଲ ଭାବରେ ଫୁଟାଇ ନିଅନ୍ତୁ ଏହାପରେ ଛାଣି ଏହାର ସେବନ କରନ୍ତୁ । ଏଥିରେ ଆପଣ ମହୁ ମିଶାଇ ମଧ୍ୟ ସେବନ କରିପାରିବେ ।

–              ବେଲପତ୍ରରେ ସୋରଲିନ ନାମକ ଏକ ତତ୍ତ୍ୱ ରହିଛି ଯାହା ଚର୍ମରେ ଖରା ସହିବାରେ କ୍ଷମତାକୁ ବଢ଼ାଇଥାଏ । ଏହା ବ୍ୟତୀତ ଏଥିରେ କେରୋଟିନ ମଧ୍ୟ ରହିଛି । ଯାହା ଧଳାଦାଗ ଭଳି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏହାକୁ ଦୂର କରିବା ପାଇଁ ଦିନକୁ ଥରେ କାଢ଼ା ପିଇପାରିବେ ।

–              ଯଦି ଆପଣ ଚର୍ମରେ ଏକ୍ଜିମା ଦ୍ୱାରା ପୀଡ଼ିତ ଅଛନ୍ତି ତେବେ ଆପଣ ବେଲପତ୍ର କାଢ଼ାର ସେବନ କରନ୍ତୁ ।

–              କେଶରେ ଥିବା ଅନେକ ସମସ୍ୟା ଦୂର କରିବା ପାଇଁ ବେଲପତ୍ର ବେଶ୍ ଲାଭଦାୟକ ହୋଇଥାଏ । ଏଥିପାଇଁ ଆପଣ ବେଲପତ୍ର ରସରେ ଅଳ୍ପ କର୍ପୁର ମିଶାଇ ଏହାକୁ ତେଲ ଭଳି ନିଜ କେଶରେ ଲଗାନ୍ତୁ ।

–              ବେଲପତ୍ର କାଢ଼ା ପିଇବା ଦ୍ୱାରା ରକ୍ତ ସଫା ହୋଇଥାଏ, ଫଳରେ ଚର୍ମ ମଧ୍ୟ ସଫା ଦେଖାଯାଇଥାଏ ।

Get real time updates directly on you device, subscribe now.