ଡାଳଚିନିକୁ ସ୍ୱାଦ ବୃଦ୍ଧି ପାଇଁ ମସଲା ରୂପରେ ରୋଷେଇରେ ବ୍ୟବହାର କରାଯାଏ । ଡାଳଚିନି ରକ୍ତକୁ ପରିଷ୍କାର ରଖିବା ସହ ଓଜନ ହ୍ରାସ କରିଥାଏ । ଥକ୍କାପଣ, ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି ବହୁ ରୋଗ ପାଇଁ ଡାଳଚିନିକୁ ବ୍ୟବହାର କରାଯାଏ । ଆସନ୍ତୁ ଜାଣିବା ଡାଳଚିନିର ଉପକାରିତା ବିଷୟରେ ।
– ଶରୀରରେ ପାଚନ ତନ୍ତ୍ରକୁ ଠିକ ରଖିବା ସହ ବିଭିନ୍ନ ରୋଗକୁ ଦୂରେଇବାରେ ଡାଳଚିନି ସାହାଯ୍ୟ କରିଥାଏ । ଏକ ଚାମ ମହୁ ସହିତ ଡାଳଚିନି ମିଶାଇ ଖାଇବା ଦ୍ୱାରା ଏସିଡିଟି, ପେଟ ଯନ୍ତ୍ରଣା ଲାଘବ ହୋଇଥାଏ ।
– ଓଜନ ବୃଦ୍ଧି ଆଜିର ବ୍ୟସ୍ତବହୁଳ ସମୟରେ ଏକ ମୁଖ୍ୟ ସମସ୍ୟା । ଡାଳଚିନି ଓଜନ ହ୍ରାସ କରିବାରେ ସହାୟତା କରିଥାଏ । ମୁଖ ଦୁର୍ଗନ୍ଧ ଦୂର କରିବା ସହ ଚର୍ମ ସମସ୍ୟାକୁ ଦୂର କରିବାରେ ଡାଳଚିନିକୁ ଉପଯୋଗ କରାଯାଏ ।
– ଡାଳଚିନି ପାଉଡର ଓ ମହୁକୁ ରୁଟି ସହ ମିଶାଇ ଖାଇବା ଦ୍ୱାରା ଧମନୀମାନଙ୍କରେ କୋଲେଷ୍ଟରଲ ଜମା ହୁଏ ନାହିଁ । ଏହାଫଳରେ ଶରୀରରେ ହୃଦ ସମ୍ବନ୍ଧୀୟ ରୋଗର ସମ୍ଭାବନା ହ୍ରାସ ପାଇଥାଏ ।