fbpx

ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ଗାଏବ ହେଲା BGMI, ୟୁଜର୍ସଙ୍କ ମଧ୍ୟରେ ଅସନ୍ତୋଷ

ନୂଆଦିଲ୍ଳୀ: ବ୍ୟାଟେଲଗ୍ରାଉଣ୍ଡ୍ସ ମୋବାଇଲ ଇଣ୍ଡିଆ BGMI ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ୍ପଲ ଆପ୍ ଷ୍ଟୋରରୁ ହଟାଯାଇଛି । ଏବେ ଆଣ୍ଡ୍ରଏଡ୍ ,ବଂ ଆଇଓଏସ୍ ୟୁଜର୍ସ ନିଜ ସ୍ମାର୍ଟଫୋନରେ ଗେମ୍ କୁ ଡାଉନଲୋଡ କରିପାରିବେ ନାହିଁ । ସୂଚନାଯୋଗ୍ୟ, ଭାରତରେ ପବଜୀ ବ୍ୟାନ୍ ବେହା ପରେ ଏହାକୁ ଲଞ୍ଚ କରାଯାଇଥିଲା ।

ବିଜିଏମଆଇ Krafton Inc କମ୍ପାନୀ ଅନ୍ତର୍ଭୁକ୍ତ ପବଜୀ ମୋବାଇଲ ମଧ୍ୟ ଏହି କମ୍ପାନୀ ଅନ୍ତର୍ଭୁକ୍ତ । ନିକଟରେ ସାଉଥ କୋରିଆନ କମ୍ପାନୀ କ୍ରାଫ୍ଟନ୍ କହିଥିଲା ଯେ କମ୍ପାନୀ ଭାରତରେ ଏପର୍ଯ୍ୟନ୍ତ ୧୦୦ ମିଲିୟନ ଡଲାରରୁ ଅଧିକ ନିବେଶ କରିଛି ଏବଂ ଆଗାମୀ ସମୟରେ ୧୪୦ ମିଲିୟନ ଡଲାର ହେବ ।

ପ୍ରକୃତରେ ସାଉଥ କୋରିଆ କମ୍ପାନୀ କ୍ରାଫ୍ଟନ ର ହିଁ ଏହି ଦୁଇ ଗେମ୍ । ଯେହେତୁ ପବଜୀର ପବ୍ଲିଶର ଚୀନ କମ୍ପାନୀ ଟେନସେଣ୍ଟ ଥିଲା ଏଥିପାଇଁ ପବଜୀ ମୋବାଇଲକୁ ଡାଟା ପ୍ରାଇଭେସୀ ପାଇଁ ସରକାର ବ୍ୟାନ୍ କରିଥିଲେ । ଭାରତରେ ବିଜିଏମଆଇ ଲଞ୍ଚ ହେବା ପରେ ହିଁ ହିଟ୍ ହୋଇଥିଲା ଏବଂ ବର୍ତ୍ତମାନ ସମୟରେ ଏହା ସବୁଠୁ ଅଧିକ ଡାଉନଲୋଡ କରାଯାଇଥିବା ଗେମ୍ ପାଲଟିଯାଇଛି ।

ଏହି ଗେମ୍ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ହଟିବା ପରେ ଏବେ ବଡ଼ ପ୍ରଶ୍ନ ଉଠିଛି ଯେ କମ୍ପାନୀ କିଛି ନୂଆ ଅପଡେଟ ଆଣିବ କି’ ପୁଣି ଏହି ଗେମକୁ ପବଜୀ ଭଳି ବ୍ୟାନ କରିଦିଆଯାଇଛି । ତେବେ ଏହା କ’ଣ ପାଇଁ ପ୍ଲେ ଷ୍ଟୋର ଏବଂ ଆପ୍ ଷ୍ଟୋରରୁ ହଟିଛି ତାହା ଜଣାପଡ଼ିନଥିବାବେଳେ ଟ୍ୱିଟରରେ ଅନେକ କମେଣ୍ଟ ଆସିବାକୁ ଲାଗିଲାଣି ।

Get real time updates directly on you device, subscribe now.