ହଜିଲା ସ୍ତ୍ରୀକୁ ଫେରିପାଇଲା ସ୍ୱାମୀ: ଦେଖୁ ଦେଖୁ କୁଣ୍ଡାଇ ନେଇଆସିଲା ଘରକୁ, ଦେଖନ୍ତୁ Video

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁଷୁରୀ ଗାଁର ଦେବବ୍ରତଙ୍କ ପୁଅ ରାହୁଲ ଗୋଛାୟତ ନିଜ ପ୍ରେମକୁ ପୁଣିଥରେ ଫେରିପାଇଛନ୍ତି । ସାବିତ୍ରୀ ପରଦିନ କଲେଜରୁ କାରରେ ବସି ସ୍ତ୍ରୀ କୁଆଡେଁ ପଳାଇଥିଲେ । ଏପଟେ ସ୍ତ୍ରୀକୁ ନପାଇ ଫେରି ଆ…. କହି ରୋଦନ ଫଟା କାନ୍ଦ କାନ୍ଦୁଥିଲେ ଦେବବ୍ରତ । ଆଜି ସ୍ତ୍ରୀ ଫେରି ଆସିଥିବାରୁ କ୍ଷଣିକ ମଧ୍ୟରେ କୋଳେଇ ଘରକୁ ନେଇଆସିଛନ୍ତି ଦେବବ୍ରତ ।

ସାବିତ୍ରୀ ବ୍ରତ ପରଦିନ ନିକଟ ଆଖଣ୍ଡଳମଣି କଲେଜରେ ପରୀକ୍ଷା ଦେଇ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା । ତେବେ ଏ ଖବର ପ୍ରସାରଣ ପରେ ଝିଅର ପରିବାର ଲୋକେ ଓ ମାମୁଁ ମାଇଁ ଝିଅକୁ ଅନ୍ୟ ଏକ ଯୁବକ ସହ ବିବାହ କରିବା ପାଇଁ ଭଦ୍ରକ ଅଣ୍ଡରାଇ ଜଗନ୍ନାଥ ମନ୍ଦିର ଆଣିଥିଲେ । ଏ ଖବର ସ୍ୱାମୀ ଦେବବ୍ରତ ଜାଣିବା ପରେ ପହଞ୍ଚି ଥିଲେ । ମନ୍ଦିର ନିକଟରେ ହରିପ୍ରିୟା ନିଜ ସ୍ୱାମୀକୁ ଦେଖି ମାମୁଁ ମାଇଁଙ୍କ ହାତକୁ ଛାଟିଦେଇ ଦେବବ୍ରତଙ୍କ ପାଖକୁ ଦୋଉଡି ଆସିଥିଲେ । ପୁର୍ବରୁ ପ୍ରସ୍ତୁତ ଥିବା ସ୍ୱାମୀ ନିଜ ସ୍ତ୍ରୀ କୁ ଫିଲ୍ମ ଷ୍ଟାଇଲରେ ଘଟଣାସ୍ଥଳରୁ ନେଇ ପଳାଇ ଆସିଥିଲେ ।

ମିଳିଥିବା ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅଧିନ ଦେବବ୍ରତ ଗୋଛୟତଙ୍କ ପୁଅ ରାହୁଲ ସ୍ଥାନୀୟ ବ୍ରାହ୍ମଣିପାଳ ଡକାସାହି ଗ୍ରାମର ବଳରାମ ପଣ୍ଡାଙ୍କ ଝିଅ ହରିପ୍ରିୟାକୁ ୨ ବର୍ଷ ଧରି ଭଲପାଉଥିଲେ । ତେବେ ଉଭୟ ଘରେ କାହାକୁ ନଜଣାଇ ଲୁଚି ପଳାଇଥିଲେ। କିଛି ଦିନର ବ୍ୟବଧାନ ପରେ ପରିବାର ଲୋକେ ପୁଅର ସନ୍ଧାନ ପାଇଥିଲେ। ତେବେ ପୁଅର ପରିବାର ଲୋକେ ଉଭୟଙ୍କୁ ଧରି ପୁରୀର ନୃସିଂହ ନାଥ ମନ୍ଦିରରେ ବାହାଘର କରି ଘରକୁ ଆଣିଥିଲେ ।

ପୁଅ ବୋହୂ ଖୁସିରେ ଦୀର୍ଘ ୬ ମାସ ଧରି ଘରେ ରହିବା ପରେ ହରିପ୍ରିୟା ପାଠ ପଢିବାକୁ ଜିଦ ଧରିଥିଲେ। ପରିବାର ଲୋକଙ୍କ ଅନୁମତି ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟର +୩ କଳାରେ ହରିପ୍ରିୟାଙ୍କର ଆଡମିସନ କରାଇଥିଲେ ରାହୁଲ । ସାବିତ୍ରୀ ବ୍ରତ ପରଦିନ ଅର୍ଥାତ ମଙ୍ଗଳବାର ଦିନ ହରିପ୍ରିୟା ନିଜ ସ୍ବାମୀଙ୍କ ସ୍କୁଟିରେ ବସି ପରୀକ୍ଷା ଦେବାକୁ ଯାଇଥିଲେ। ପରୀକ୍ଷା ସରିବା ପରେ ସ୍ତ୍ରୀକୁ ଆଣିବା ପାଇଁ କଲେଜ ପହଂଚିଥିଲେ ରାହୁଲ । କିନ୍ତୁ ପରୀକ୍ଷା ହଲରୁ ହରିପ୍ରିୟା ଏକ ଧଳାରଙ୍ଗର କାର୍ ଆସି କଲେଜ ଗେଟ୍ ସାମ୍ନାରୁ ପଳାଇଥିଲେ । ପରିବାର ଲୋକେ ଏନେଇ ଧୁଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରିବାର ନିଜ ବୋହୂର ଫେରିବା ବାଟକୁ ଅନେଇ ବସିଥିବା ବେଳେ ସ୍ବାମୀ ରାହୁଲ ନିଜ ସ୍ତ୍ରୀର ଫୋଟକୁ ଧରି ପାଗଳ ପରି ବାହୁନୀ ବାହୁନୀ କାନ୍ଦୁଥିବା ଦେଖିବାକୁ ମିଳିଥିଲା ।