fbpx

ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଚନ୍ନୀଙ୍କ ଇସ୍ତଫା, ମାର୍ଚ୍ଚ ୧୬ରେ ଶପଥ ନେବେ ଭଗୱନ୍ତ ମାନ୍‌ !

ନୂଆଦିଲ୍ଲୀ: ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଚରଣଜିତ୍‌ ସିଂହ ଚନ୍ନୀ । ଶୁକ୍ରବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍‌ ସିଂହ ଚନ୍ନୀ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେବା ପାଇଁ ଚଣ୍ଡୀଗଡ଼ ସ୍ଥିତ  ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ୨୦୨୨ ବିଧାନସଭା ନିର୍ବାଚନରେ କଂଗ୍ରେସ ପରାସ୍ତ ହେବା ସହ ମୁଖ୍ୟମନ୍ତ୍ରୀ ଚନ୍ନୀ ମଧ୍ୟ ୨ଟିଯାକ ଆସନରୁ ପରାସ୍ତ ହୋଇଛନ୍ତି ।

ଇସ୍ତଫା ଦେଇ ଆସିବା ପରେ ପଞ୍ଜାବର ବିଦାୟୀ ମୁଖ୍ୟମନ୍ତ୍ରୀ ଚନ୍ନୀ କହିଛନ୍ତି, ପଞ୍ଜାବବାସୀଙ୍କ ସେବା ପାଇଁ ଆମେ ସର୍ବଦା ରହିଥିବୁ । ଆମେ ନିଜ ନିଜର କର୍ତ୍ତବ୍ୟ ପରିପୂରଣ କରିବା ସହ ଜନସାଧାରଣଙ୍କ ଗହଣରେ ରହିବୁ । ଗତ ୧୧୧ ଦିନରେ ଆରମ୍ଭ ହୋଇଥିବା ଜନମଙ୍ଗଳ ପ୍ରକଳ୍ପ ଏବଂ ଯୋଜନା ଗୁଡ଼ିକୁ ଚାଲୁ ରଖିବାକୁ ନୂଆ ସରକାରଙ୍କୁ ଅନୁରୋଧ କରୁଛି । ସେପଟେ ମାର୍ଚ୍ଚ ୧୬ ତାରିଖରେ ନବନିର୍ବାଚିତ ଭଗୱନ୍ତ ମାନ୍‌ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ।ରନ୍ତି ବୋଲି ‘ଆପ୍‌’ ସୂତ୍ରରୁ ଜଣାପଡ଼ିଛି ।

‘ଆପ୍‌’ର ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ଆପ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଟୁଇଟ୍‌ କରି  ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପଞ୍ଜାବ ନିର୍ବାଚନରେ ବିଜୟ ନିମନ୍ତେ ‘ଆପ୍‌’କୁ ଅଭିନନ୍ଦନ ଜଣାଉଛି । ପଞ୍ଜାବର ମଙ୍ଗଳ ପାଇଁ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସାହାଯ୍ୟ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଉଛି ।

Get real time updates directly on you device, subscribe now.