fbpx

ବାତ୍ୟା ‘ୟଶ୍’ ପାଇଁ ଭୁବନ ବ୍ଲକ ଆଲର୍ଟ, ୨୪ ଘଣ୍ଟା ପାଇଁ ସଜାଗ କର୍ମଚାରୀ

ଭୁବନ (ଓଡ଼ିଶା ଭାସ୍କର): ସମ୍ଭାବ୍ୟ ବାତ୍ୟା ୟଶ୍ ପାଇଁ ଭୁବନ ବ୍ଲକକୁ ଆଲର୍ଟ କରାଯାଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର ହୋଇଛି । ବାତ୍ୟା ୟଶ୍‌ର ଭୁବନ ବ୍ଲକ ପ୍ରଭାବିତ ହେବ ବୋଲି ସୂଚନା ମିଳିବା ପରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି ।

ଭୁବନ ବ୍ଲକର ନଦୀକୂଳିଆ ଅଞ୍ଚଳର ଲୋକମାନଙ୍କୁ ମାଇକ ଯୋଗେ ସତର୍କ କରାଇବା ସହିତ ସୁରକ୍ଷିତ ତଥା ନିରାପଦ ସ୍ଥାନକୁ ଯିବା ପାଇଁ କୁହାଯାଇଛି । କଚ୍ଚାଘରେ ରହୁଥିବା ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ଉଦ୍ୟମ କରାଯାଉଛି । ୧୬୦୦ ଲୋକଙ୍କୁ ଚିହ୍ନଟ କରାଯାଇ ବାତ୍ୟା ଆଶ୍ରୟସ୍ଥଳ ସମେତ ବିଭିନ୍ନ ସ୍କୁଲ, କମ୍ୟୁନିଟି ସେଣ୍ଟରକୁ ନିଆଯାଉଛି ।

ଆବଶ୍ୟକସ୍ଥଳେ ଅଧିକ ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯିବାର ଯୋଜନା ରହିଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ୧୮ଟି ପଞ୍ଚୟତ ପାଇଁ ୪ଟି ଏନଜିଓ ସ୍ୱେଚ୍ଛାସେବୀଙ୍କ ସମେତ ୧୦ଜଣ ବ୍ଲକ କର୍ମଚାରୀଙ୍କୁ ବାତ୍ୟା ୟଶ୍‌ରେ ଡ୍ୟୁଟିରେ ନିୟୋଜିତ କରାଯାଇଛି । ସମସ୍ତ ସରପଞ୍ଚ,ପଞ୍ଚୟତ ନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ଆଲର୍ଟ /ସଜାଗ ରହିବାକୁ କୁହାଯାଇଛି । ସେମାନେ ୨୪ ଘଣ୍ଟା ପାଇଁ ସଜାଗ ରହି ଲୋକଙ୍କୁ ଉଦ୍ଧାର କାର୍ଯ୍ୟ, ରିଲିଫ, ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି।

Get real time updates directly on you device, subscribe now.