fbpx

ନୂଆ ଫଙ୍ଗସ୍‌ର ସନ୍ଧାନ କଲା ଭୁବନେଶ୍ୱର ଏମ୍ସ, କୋଭିଡ୍ ଓ ଅଣ କୋଭିଡ୍ ରୋଗୀଙ୍କୁ ସହଜରେ ଆକ୍ରାନ୍ତ କରେ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ଗବେଷକମାନେ ଏକ ନୂଆ ଫଙ୍ଗସ୍‌ର ସନ୍ଧାନ କରିଛନ୍ତି । ଏହି ନୂଆ ଫଙ୍ଗସ୍‌ର ନାଁ ‘ଅରୁଣାଲୋକେ’ ରଖାଯାଇଛି । ଏହା ବ୍ଲାକ୍‌ ଫଙ୍ଗସ୍‌ ବା ମ୍ୟୁକରମାଇକାସିସ୍‌ ସୃଷ୍ଟି ହୋଇଥିବା ଗବେଷଣାରୁ ଜଣାପଡ଼ିଛି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ଦୀର୍ଘ ଦିନ ପର୍ଯ୍ୟନ୍ତ ଷ୍ଟିରଏଡ୍‌ ଓ ଆଣ୍ଟି ବାୟୋଟିକ୍‌ ଆଦି ଔଷଧ ଦିଆଗଲେ ସେ କରୋନାରୁ ସୁସ୍ଥ ହୋଇଯାଉଥିଲେ ମଧ୍ୟ ଫଙ୍ଗଲ୍‌ ଇନ୍‌ଫେକ୍ସନ ଆଶଙ୍କା ବଢ଼ିଯାଏ । ଶରୀରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ୱାରା ଏହା ଆକ୍ରାନ୍ତ କରୁଛି ।

ସୂଚନା ମୁତାବିକ, କୋଭିଡ୍‌ ହୋଇଥିବା ଓ ଅଣ କୋଭିଡ୍‌ ରୋଗୀଙ୍କୁ ଏହା  ସଂକ୍ରମିତ କରେ । ଡାଇବେଟିସ୍‍ ଓ ଷ୍ଟେରଏଡ୍‍ ନେଉଥିବା ରୋଗୀଙ୍କ ନାକ ବାଟେ ଭିତରକୁ ପ୍ରବେଶ କରିଥାଏ । ଶରୀର ସଂକ୍ରମଣ ବଢିଲେ ଏହାର ଆଖପାଖରେ ଥିବା ଟିସୁଗୁଡିକ ନଷ୍ଟ ହୋଇଯାଏ । ନାକରୁ ମସ୍ତିଷ୍କକୁ ସଂକ୍ରମିତ କରି ରୋଗୀର ଜୀବନ ନେଇଯାଏ ।

Get real time updates directly on you device, subscribe now.