fbpx

ଶପଥ ନେଲେ ଭୁପେନ୍ଦ୍ର:ପୁଣି ଗୁଜରାଟରେ ଚାଲିବ ବିଜେପି ଶାସନ

ନୂଆଦିଲ୍ଲୀ :ଗୁଜୁରାଟର ସିଏମ୍ ଭାବେ ଶପଥ ଗ୍ରହଣ କରିଲେ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ଭୁପେନ୍ଦ୍ର ପଟେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଗାନ୍ଧିନଗରର ଅପରାହ୍ନ ୨ ଟାରେ ନୂତନ ସଚିବାଳୟ ନିକଟ ହେଲିପ୍ୟାଡ ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ଆଚାର୍ଯ୍ୟ ଦେବଭ୍ରଟଙ୍କ ଦ୍ୱାରା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାସହ ସେ ୧୮ ତମ ମୁଖ୍ୟମନ୍ତ୍ରୀ ଭାବରେ ପଟେଲ ଶପଥ ଗ୍ରହଣ କରିଥିଲେ। ଏହି ଉତ୍ସବରେ ମୋଦୀ ଏବଂ ଅମିତ ଶାହାଙ୍କ ବ୍ୟତୀତ ଅନ୍ୟ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗ ଦେଇଥିଲେ।ପଟେଲ୍‌ଙ୍କ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ।

ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୬୦ ବର୍ଷୀୟ ପଟେଲ ଶୁକ୍ରବାର ଦିନ ତାଙ୍କ କ୍ୟାବିନେଟ ସହିତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ଶନିବାର ଦିନ ବିଜେପି ବିଧାନସଭା ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ, ଏହା ପରେ ସେ ରାଜ୍ୟପାଳଙ୍କୁ ଭେଟି ପରବର୍ତ୍ତୀ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

ଶେଷ ହୋଇଥିବା ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପଟେଲ ସର୍ବାଧିକ ୧.୯୨ ଲକ୍ଷ ଭୋଟ ସହ ଘାଟଲୋଡିଆ ଆସନ ଜିତିଥିଲେ। ୧୮୨ ସଦସ୍ୟ ବିଶିଷ୍ଟ ଗୃହରେ ରେକର୍ଡ ୧୫୬ ଟି ସିଟ୍ ଜିତି ବିଜେପି ସପ୍ତମ ଥର ପାଇଁ ଆସନରେ ବସିଛନ୍ତି । ଏହା ସହିତ କଂଗ୍ରେସ ୧୭ ଟି ନିର୍ବାଚନମଣ୍ଡଳୀ ଏବଂ ଆପ ୫ ଟି ଜିତିଛି।

Get real time updates directly on you device, subscribe now.