ଟ୍ରମ୍ପଙ୍କ ଆଶ୍ଚର୍ଯ୍ୟକର ପୋଷ୍ଟ, ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ ୨୦୨୦ ମସିହାରୁ ମରିସାରିଛନ୍ତି
ପୂର୍ବତନ ରାଷ୍ଟ୍ରପତି ବଞ୍ଚି ଥାଉ ଥାଉ ତାଙ୍କୁ ମୃତ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଆମେରିକା: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆଶ୍ଚର୍ଯ୍ୟଜନକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ୨୦୨୦ ମସିହାରୁ ମୃତ୍ୟୁ ହୋଇସାରିଥିବା ଦାବି କରିଛନ୍ତି।
ଆଉ କହିଛନ୍ତି ସେବେଠାରୁ ଜୋ ବାଇଡେନଙ୍କ ବଡି ରୋବୋଟ ପରି ଦେଖାଯାଉଛି। ଆଉ ଏହି ବଡିର ବାଇଡେନଙ୍କ ପରି ଚିନ୍ତା କରିବା ଏବଂ ବୁଝିବାର କ୍ଷମତା ନାହିଁ। ଆଉ ଟ୍ରମ୍ପଙ୍କର ଏପରି ପୋଷ୍ଟ ପରେ ସବୁଠି ଚର୍ଚ୍ଚା ଜୋର ଧରିଛି।
ଟ୍ରମ୍ପଙ୍କ ଆଶ୍ଚର୍ଯ୍ୟକର ପୋଷ୍ଟ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏକ ପୋଷ୍ଟ ସେୟାର କରିଥିଲେ ଯେଉଁଥିରେ ଲେଖାଥିଲା, “ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ ଆଉ ନାହାନ୍ତି”, ତାଙ୍କୁ ୨୦୨୦ ମସିହାରୁ ହତ୍ୟା କରାସରିଛି”।
“ଏବେ ତୁମେ ଯେଉଁ ବାଇଡେନଙ୍କୁ ଦେଖୁଛ ତାହା ହେଉଛି ରୋବୋଟିକ୍ ଡମି ଯାହାଙ୍କ ପାଖରେ କୌଣସି ଆତ୍ମା ନାହିଁ କିମ୍ୱା ଚିନ୍ତା କରିବା ପାଇଁ କୌଣସି ଶକ୍ତି ନାହିଁ”। ତଥାପି, ଡେମୋକ୍ରାଟମାନେ ପାର୍ଥକ୍ୟ ଜାଣିପାରୁନାହାନ୍ତି”
ବାଇଡେନଙ୍କୁ କର୍କଟ: ଯଦି ଟ୍ରମ୍ପଙ୍କ ପୋଷ୍ଟ ଉପରେ ନଜର ପକାଇବା, ତାହାଲେ ଏହି ପୋଷ୍ଟ କରିବାର ଗୋଟିଏ ଦିନ ପୂର୍ବରୁ ଟ୍ରମ୍ପ ଲେଖିଥିଲେ, ଲୋକମାନେ ବାଇଡେନଙ୍କ ବିଷୟରେ ଖରାପ ଚିନ୍ତା କରିବା ଉଚିତ୍ ନୁହେଁ। କାରଣ ଏବେ ବାଇଡେନ୍ କ୍ୟାନସର ରୋଗରେ ପୀଡ଼ିତ।
ଶୁକ୍ରବାର ଦିନ ଓଭାଲ ଅଫିସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ, “ବାଇଡେନ୍ ତାଙ୍କ ଜୀବନସାରା ଜଣେ ଉଦାରବାଦୀ ବ୍ୟକ୍ତି ଥିଲେ। ହେଲେ “ମୁଁ କହିବି ଯେ ସେ ଜଣେ ବୁଦ୍ଧିମାନ ବ୍ୟକ୍ତି ନୁହଁନ୍ତି, କିନ୍ତୁ କିଛି ପରିମାଣରେ ଜଣେ ଖରାପ ଲୋକ ମଧ୍ୟ ଥିଲେ”।
ତାଙ୍କ ଦେହ ଖରାପକୁ ନେଇ ଯଦି ଆପଣମାନେ ଦୁଃଖ ଅନୁଭବ କରୁଛନ୍ତି, ତେବେ ଏତେ ଦୁଃଖ ଅନୁଭବ କରନ୍ତୁ ନାହିଁ, କାରଣ ସେ ଜଣେ ଦୁଷ୍ଟ ଲୋକ ଥିଲେ ବୋଲି କହିଛନ୍ତି ଟ୍ରମ୍ପ। କାରଣ ସେ ଅନେକ ଲୋକଙ୍କୁ ଦୁଃଖ ଦେଇଛନ୍ତି, ସେଥିପାଇଁ ପ୍ରକୃତରେ ମୁଁ ତାଙ୍କ ପାଇଁ ଦୁଃଖ ଅନୁଭବ କରୁନାହିଁ।
ଜୋ ବାଇଡେନ୍: ବାଇଡେନଙ୍କୁ କ୍ୟାନସର ହେବା ଜଣାପଡିବା ପରେ ପୂର୍ବ ରାଷ୍ଟ୍ରପତି ବାଇଡେନ ଶୁକ୍ରବାର ତାଙ୍କର ଚିକିତ୍ସା ପରେ ପ୍ରଥମ ସାର୍ବଜନୀନ ବିବୃତ୍ତି ଦେଇଥିଲେ। ସ୍ମାରକୀ ଦିବସ କାର୍ଯ୍ୟକ୍ରମ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି, ୮୨ ବର୍ଷୀୟ ପୂର୍ବତନ ରାଷ୍ଟ୍ରପତି କହିଥିଲେ ଯେ ସେ ପୂର୍ବରୁ ଚିକିତ୍ସାଧୀନ ଅଛନ୍ତି। ଆଉ ଏବେ ସେ ସୁସ୍ଥ ଅନୁଭବ କରୁଛନ୍ତି, ଏବଂ ଖୁବଶୀଘ୍ର ଭଲ ହୋଇଯିବେ।