fbpx

YES ବ୍ୟାଙ୍କ ଏବଂ ଜୋମାଟୋକୁ ଲାଗିଲା ବଡ଼ ଝଟକା, ଭରିବେ ଏତିକି ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ଏବଂ ଘରୋଇ YES ବ୍ୟାଙ୍କକୁ ଲାଗିଛି ବଡ଼ ଝଟକା । ଗୁରୁବାର ଟ୍ୟାକ୍ସ ବିଭାଗ ପକ୍ଷରୁ ଏକ ସେବା କର ଡିମାଣ୍ଡ ଆର୍ଡର ପ୍ରାପ୍ତ ହୋଇଥିଲା ଯେଉଁଥିରେ ୬.୪୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜରିମାନା ଲଗାଯାଇଥିବା YES ବ୍ୟାଙ୍କ ସୂଚନା ଦେଇଛି ।

ଏକ ବିବୃତ୍ତିରେ YES ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ଚଳିତ ବର୍ଷ ୨ ମେ’କୁ ଜିଏସଟି ଏବଂ କେନ୍ଦ୍ରୀୟ ଏକ୍ସାଇଜ୍ କମିଶନରଙ୍କ କାର୍ଯ୍ୟାଳୟରୁ ଏକ ଆଦେଶ ପ୍ରାପ୍ତ ହୋଇଥିଲା ଯେଉଁଥିରେ ସୁଧ ସହିତ ୬ କୋଟିରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଜରିମାନା ଲଗାଯାଇଥିଲା । ବ୍ୟାଙ୍କର ଆର୍ଥିକ, କାର୍ଯ୍ୟକ୍ଷମତା କିମ୍ବା ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ଏହି ଆଦେଶର କୌଣସି ପ୍ରଭାବ ପଡ଼ିବାର ଆଶା ନାହିଁ । ବ୍ୟାଙ୍କ ଏହି ଆଦେଶ ବିରୋଧରେ ଆବେଦନ କରିବ ବୋଲି କହିଛି । ଅପରପକ୍ଷଷର ଦିଲ୍ଲୀ sales tax officer ଦୁଇ କୋଟିରୁ ଉର୍ଦ୍ଧ୍ୱ ଦ୍ରବ୍ୟ ଏବଂ ସେବା କର(GST) ସହ ସୁଧ ଏବଂ ଜରିମାନା ଦେବାକୁ ଅନଲାଇନ୍ ଡେଲିଭେରି ପ୍ଲାଟଫର୍ମ ଜୋମାଟୋକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷ ୨୦୧୮-୧୯ ପାଇଁ ଏହି ଆର୍ଥିକ ଜୋରିମାନା ଲାଗୁ କରାଯିବ ।

Get real time updates directly on you device, subscribe now.