fbpx

ଅଲିମ୍ପିକ୍ସ ହକି: ଭାରତକୁ ସେମିରେ ହରାଇବାକୁ ହୋଇଛି ବଡ଼ ଷଡ଼ଯନ୍ତ୍ର! ଖୋଲିଗଲା ୨ ବିଦେଶୀ ଖଳନାୟକଙ୍କ ଅସଲ ମୁଖା

ନୂଆଦିଲ୍ଲୀ: ଚଳିତ ଅଲିମ୍ପିକ୍ସରେ ଆଜି ଏକାଦଶ ଦିବସ ହୋଇଥିବା ବେଳେ ଭାରତୀୟ ଆଥଲେଟ୍ସ ହକିରେ ପଦକ ପକ୍କା କରିବା ନେଇ ଆଶାବାଦୀ ରହିଛନ୍ତି । ଆଜି ରାତି ୧୦.୩୦ ସମୟରେ ଭାରତ ଓ ଜର୍ମାନୀ ମଧ୍ୟରେ ସେମିଫାଇନାଲ ମୁକାବିଲ ହେବ । ଏହି ମ୍ୟାଚରେ ଜିତିଲେ ଭାରତର ରୌପ୍ୟ ପଦକ ଜିତିବା ସ୍ପଷ୍ଟ ହୋଇଯିବ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଏକ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ଜର୍ମାନୀକୁ ୫-୪ରେ ପରାସ୍ତ କରିଥିଲା । ତେଣୁ ପୁଣି ଥରେ ଦୁଇଟିମ୍ ପରସ୍ପରକୁ ଭେଟିବାକୁ ଯାଉଥିବାରୁ ଏହି ମ୍ୟାଚ ବେଶ୍ ରୋମାଞ୍ଚକର ହେବ ବୋଲି କୁହାଯାଉଛି ।

ତେବେ ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ୧୦ ଜଣ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ । ଉପଅଧିନାୟକ ତଥା ଅଭିଜ୍ଞ ଡିଫେଣ୍ଡର ଓଡ଼ିଆ ତାରକା ଅମିତା ରୋହିଦାସ ସେମିରୁ ବାଦ୍ ପଡ଼ିଛନ୍ତି । ତେଣୁ ସେମି ଲଢ଼େଇ ପୂର୍ବରୁ ଭାରତକୁ ଲାଗିଛି ବଡ଼ ଝଟକା । ଗତ ୪ରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଭାରତ ପେନାଲ୍ଟୀ ଶୁଟଆଉଟରେ ୪-୧ରେ ଜିତିଥିବା ବେଳେ ଉକ୍ତ ମ୍ୟାଚରେ ଅମିତ ରେଡକାର୍ଡ ପାଇଥିଲେ । ମ୍ୟାଚ ସମୟରେ ଅମିତ ମିଡ ଫିଲ୍ଡରେ ଡ୍ରିବ୍ଲିଂ କରୁଥିବା ସମୟରେ ତାଙ୍କର ହକି ବାଡ଼ି ପ୍ରତିପକ୍ଷ ଖେଳାଳିଙ୍କ ଦେହରେ ବାଜିଥିବାରୁ ରେଫରି ତାଙ୍କୁ ରେଡକାର୍ଡ ଦେଖାଇଥିଲେ ।

ତେବେ ଭାରତ ବିରୋଧରେ ଦୁଇ ଦୁଇ ଜଣ ଖଳନାୟକ ଷଡ଼ଯନ୍ତ୍ର ରଚିଥିବା ନେଇ ଏବେ ସତ୍ୟତା ପଦାକୁ ଆସିଛି । ଚଳିତ ଅଲିମ୍ପିକ୍ସରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭାରତ ବିଦା କରିଥିଲା । ତେଣୁ ଅମିତଙ୍କ ନିଲମ୍ବନ ପଛରେ ଏବେ ଏଫଆଇଏଚ ଟେକ୍ନିକାଲ ଦାୟିତ୍ୱରେ ଥିବା ୫ ଜଣିଆ ଅଷ୍ଟ୍ରେଲୀୟଙ୍କ ଉପରେ ସନ୍ଦେହ ଦୃଢ଼ୀଭୂତ ହୋଇଛି । ଅମିତଙ୍କ ଷ୍ଟିକ୍ ପ୍ରତିପକ୍ଷ ଖେଳାଳିଙ୍କ ମୁହଁରେ ବାଜିଥିଲେ ହେଁ ତାହା ଉଦ୍ଦେଶ୍ୟମୂଳକ ନଥିଲା । ତେଣୁ ସେ ଲାଲ କାର୍ଡ ପାଇବାକୁ ହକଦାର ନୁହନ୍ତି ବୋଲି ହକି ଇଣ୍ଡିଆ ପ୍ରତିବାଦ କରିଥିଲା । ମାତ୍ର ୫ ଜଣ ଅଷ୍ଟ୍ରେଲୀୟ କମିଟି ତାହାକୁ ନାକଚ କରିଦେଇଥିଲା । ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ରେ ଅଷ୍ଟ୍ରେଲିଆ ମହିଳା ଟିମର ପ୍ରଶିକ୍ଷକ ଭୂମିକା ନିର୍ବାହ କରିଥିବା ଯୋଶୁଆ ହର୍ଟ ଅମିତଙ୍କ ନିଲମ୍ବନ ଚିଠି ଲେଖିଥିଲେ । ତେଣୁ ରିଲ୍ ପ୍ରତିଦ୍ୱନ୍ଦ୍ୱୀ ଏବେ ରିଅଲରେ ଷଡ଼ଯନ୍ତ୍ରକାରୀ ସାଜିଥିବା ନେଇ ହର୍ଟଙ୍କୁ ସମାଲୋଚନା କରାଯାଉଛି ।

ସେହିପରି ଭାରତ ବିରୋଧରେ ଆଉ ଏକ ବଡ଼ ଷଡ଼ଯନ୍ତ୍ର ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଅମିତଙ୍କ ଷ୍ଟିକ ଯେତେବେଳେ ଇଂଲଣ୍ଡ ଖେଳାଳିଙ୍କ ଦେହରେ ବାଜିଥିଲା ସେହି ଘଟଣାକୁ ପଡ଼ିଆରେ ଥିବା ଅମ୍ପାୟାର ସେତେଟା ଗୁରୁତ୍ୱ ଦେଇନଥିଲ । ମାତ୍ର ଟିଭି ଅମ୍ପାୟାର ଅମିତଙ୍କୁ ରେଡ୍ କାର୍ଡ ଦେବାକୁ ନିଷ୍ପତ୍ତି ନେଇଥିଲେ । ଏଫଆଇଚ ମଧ୍ୟ ଉକ୍ତ ନିଷ୍ପତ୍ତିକୁ କାଏମ୍ ରଖିଥିଲା । ବ୍ରିଟେନ ବିରୋଧରେ ଭାରତ ଜିତିଲେ ସେମିରେ ଜର୍ମାନୀ ସହ ମୁକାବିଲା ହେବ ବୋଲି ଜାଣି ଜର୍ମାନୀ ଅମ୍ପାୟାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଭାରତକୁ ଦୁର୍ବଳ କରିଦେବା ଓ କ୍ୱାର୍ଟର ଫାଇନାଲରୁ ବିଦା କରିଦେବା ଲକ୍ଷ୍ୟରେ ଜର୍ମାନୀ ଅମ୍ପାୟାର ଏକ ଛୋଟ ଘଟଣାକୁ ବଡ଼ କରିଦେଥିବା ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.