fbpx

କ୍ୟାବିନେଟ ବୈଠକରେ ସରକାରୀ ତୈଳ କମ୍ପାନୀକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି! ସାଧାରଣ ଲୋକଙ୍କୁ ମିଳିବ ଜବରଦସ୍ତ ଫାଇଦା

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ କ୍ଷତିରେ ଚାଲୁଥିବା ଅଏଲ ମାର୍କେଟିଂ କମ୍ପାନୀ ପାଇଁ ଆସିଛି ଖୁସି ଖବର । କମ୍ପାନୀଗୁନିକ ପାଇଁ ଏହାକୁ ଦୀପାବଳି ଉପହାର ବୋଲି କୁହାଯାଉଛି । ସହଯୋଗୀ ଚ୍ୟାନେଲ ଜି ବିଜନେସ୍ ଦାବି କରିଛି କି, କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାର ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକୁ ବଡ଼ ନଗଦ ଅର୍ଥ ପ୍ରଦାନ କରୁଛନ୍ତି । ସରକାରଙ୍କ ତରଫରୁ ଏଲପିଜି ଗ୍ୟାସର କ୍ଷୟକ୍ଷତିର ଆକଳନ କରିବାକୁ କ୍ୟାବିନେଟରୁ ୨୨ ହଜାର କୋଟି ଆବଣ୍ଟନକୁ ଅନୁମୋଦନ କରାଯାଇଛି ।

ତେବେ ସରକାରୀ ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସ୍ ସିଲିଣ୍ଡରକୁ ବଜାର ଦରଠାରୁ କମ୍ ଦାମରେ ବିକ୍ରି କରୁଛନ୍ତି । ଏହା ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଉଛି । ଏଭଳି ପରିସ୍ଥିତିରେ ସରକାର ସବସିଡି ମାଧ୍ୟମରେ ସେମାନଙ୍କୁ ରିଲିଫ୍ ପ୍ରଦାନ କରୁଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍, ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡକୁ ଫାଇଦା ହେବ ।

ଉଲ୍ଲେଖନୀୟ ଯେ, ତୈଳ ମନ୍ତ୍ରଣାଳୟ ତରଫରୁ ତୈଳ କମ୍ପାନୀଗୁଡିକର କ୍ଷତି ପୂରଣ ପାଇଁ ଅର୍ଥ ମନ୍ତ୍ରଣାଳୟଠାରୁ ୨୮,୦୦୦ କୋଟି ଟଙ୍କା ଦାବି କରାଯାଇଛି । କିନ୍ତୁ ଅର୍ଥ ମନ୍ତ୍ରଣାଳୟ ଜି କୁ ୨୨,୦୦୦ କୋଟିର ମଞ୍ଜୁରୀ ଦେଇଛି । ଆନ୍ତର୍ଜାତୀୟ ମୂଲ୍ୟ ହେତୁ କମ୍ପାନୀଗୁଡିକ ବିପୁଳ କ୍ଷତି ସହୁଥିବା ବେଳେ ସରକାର ଏହି ପଦକ୍ଷେପ ନେଇଛନ୍ତି । କମ୍ପାନୀଗୁଡିକ ସରକାର ଧାର୍ଯ୍ୟ କରିଥିବା ସୀମା ମଧ୍ୟରେ ତେଲ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ।

Get real time updates directly on you device, subscribe now.