fbpx

ବିହାରରେ ରାଜନୈତିକ ସଙ୍କଟ ! ଅଚାନକ୍ ରାଜଭବନରେ ପହଞ୍ଚିଗଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

ପାଟନା : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଚାନକ୍ ରାଜ ଭବନରେ ପହଞ୍ଚିଛନ୍ତି । ବିହାରରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ ଭବନରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ଭେଟିଛନ୍ତି । ମନ୍ତ୍ରୀ ବିଜୟ ଚୌଧୁରୀ ମଧ୍ୟ ଉପସ୍ଥିତ ଅଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପରେ ସିଧାସଳଖ ରାଜ ଭବନରେ ପହଞ୍ଚିଛନ୍ତି ।

ତେବେ ବିହାରରେ ରାଜନୀତି ସେତେବେଳେ ଅଧିକ ସରଗରମ ହୋଇଗଲା, ଯେବେ ହିନ୍ଦୁସ୍ତାନୀ ଆୱାମ ମୋର୍ଚା ମୁଖ୍ୟ ଜିତନ ରାମ ମଞ୍ଜୀ ଏକ୍ସ (ଟ୍ୱିଟର)ରେ କହିଥିଲେ ଯେ ‘ଖେଳ ହେବ.. ବାକି ଆପଣ ବୁଝିପାରିବେ ।’ ଏହାପରେ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି ।

ଅବଶ୍ୟ ଜେଡିୟୁ ଏବଂ ଆରଜେଡି କୌ ଣସି ପ୍ରକାରର ରାଜନୈତିକ ପରିବର୍ତ୍ତନକୁ ଅସ୍ୱୀକାର କରୁଛନ୍ତି । ଆରଜେଡି ମୁଖପାତ୍ର ମିତ୍ର୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ, ସରକାର ଜୋରଦାର କାର୍ଯ୍ୟ କରୁଛନ୍ତି । ଏଥି ସହ ଜେଡିୟୁ ନେତା ନୀରଜ କୁମାର ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଗଣମାଧ୍ୟମରେ ଚାଲିଥିବା ଖବର ଭିତ୍ତିହୀନ । ସରକାରୀ କାର୍ଯ୍ୟ ପାଇଁ ନୀତୀଶ କୁମାର ରାଜ ଭବନରେ ପହଞ୍ଚିଛନ୍ତି ।

ସୂଚନା ମୁତାବକ, ପୂର୍ବରୁ ସୂଚନା ଆସିଥିଲା ଯେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ଜାନୁଆରୀ ୩୦ ରେ ବିହାରର ପୁର୍ନିଆ ଜିଲ୍ଲାରେ ଏକ ରାଲି କରିବେ । ୩୧ ଜାନୁଆରୀରେ କାଟିହରରେ ଏକ ରାଲି ମଧ୍ୟ ହେବ । ପୁର୍ନିଆରେ ଆୟୋଜିତ ଏହି ରାଲିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅଂଶଗ୍ରହଣ କରିବେ । ଏହା ବ୍ୟତୀତ ବିଧାୟକ ନେତା ଦୀପାଙ୍କର ଭଟ୍ଟାଚାର୍ଯ୍ୟ ମଧ୍ୟ ସେଠାରେ ହେବାକୁ ଥିବା ରାଲିରେ ଅଂଶଗ୍ରହଣ କରିବେ । ତେବେ ନୀତୀଶ କୁମାର ରାଜ ଭବନରେ ପହଞ୍ଚିବା ପରେ ରାଜନୈତିକ ଉତ୍ତେଜନା ନିଶ୍ଚିତ ଭାବେ ବୃଦ୍ଧି ପାଇଛି ।

Get real time updates directly on you device, subscribe now.