fbpx

ରାଜଧାନୀ ଏକ୍ସପ୍ରେସକୁ ପାସ୍‌ ଦେବା ପାଇଁ ଅଟିଲା ଯାତ୍ରୀବାହୀ ଟ୍ରେନ, ଇଞ୍ଜିନ୍‌ ଛାଡ଼ି ମାତାଲ ଅବସ୍ଥାରେ ମାର୍କେଟ୍ ବୁଲିଲେ ‘କେ ଲୋକ ପାଇଲଟ’ , ଆଉ ତା’ ପରେ ଘଟିଲା ଏମିତି…

ପାଟନା: ଯାତ୍ରୀବାହୀ ଟ୍ରେନ ସମିସ୍ତାପୁରରୁ ସାହସରା ଯିବା ସମୟରେ ହାସନପୁର ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ପାସ୍‌ ଦେବା ପାଇଁ ଏହା କିଛି ସମୟ ପାଇଁ ଅଟକିଥିଲା । ଷ୍ଟେସନରେ ଟ୍ରେନ ଅଟକିବାରୁ ଗାଡ଼ିର ଅତିରିକ୍ତ ଲୋକ ପାଇଲଟ (ଏଏଲପି) କରଣବୀର ଯାଦବ ହଠାତ୍‌ ଇଞ୍ଜିନ ଛାଡ଼ି କେଉଁଆଡ଼େ ଚାଲିଯାଇଥିଲେ । ଦୀର୍ଘ ସମୟ ପରେ ଟ୍ରେନ ଯିବାକୁ ସିଗ୍ନାଲ ମିଳିଥିଲେ ମଧ୍ୟ ଗାଡ଼ି ଆଗକୁ ଯାଇ ନଥିଲା । ଫଳରେ ଆସିସଷ୍ଟାଣ୍ଟ ଷ୍ଟେସନ ମାଷ୍ଟର ଇଞ୍ଜିନକୁ ଆସି ଚେକ୍‌ କରିଥିଲେ ।

ସେହିପରି ଟ୍ରେନ ଛାଡ଼ିବାରେ ବିଳମ୍ବ ହେଉଥିବାରୁ ଯାତ୍ରୀଙ୍କ ମଧ୍ୟରେ ବି ଅସନ୍ତୋଷ ପ୍ରକାଶ ପାଇଥିଲା । ସ୍ଥିତି ବିଗୁଡ଼ୁଥିବାରୁ ଏଏଲପି କରଣବୀରଙ୍କୁ ଖୋଜିବା ପାଇଁ ଜିଆରପି ସଦସ୍ୟଙ୍କୁ ଡକା ଯାଇଥିଲା । କିଛି ସମୟର ଖୋଜାଖୋଜି ପରେ କରଣବୀରଙ୍କୁ ସ୍ଥାନୀୟ ମାର୍କେଟରୁ ଠାବ କରାଯାଇଥିଲେ । ତେବେ ସେ ଏପରି ନିଶାସକ୍ତ ଥିଲେ ଯେ ଠିକ୍‌ ଭାବେ ଛିଡ଼ା ହୋଇ ପାରୁ ନଥିଲେ । ଘଟଣାସ୍ଥଳରୁ ହିଁ ଜିଆରପି ତାଙ୍କୁ ଗିରଫ କରି ଷ୍ଟେସନକୁ ଆଣିଥିଲା । ଜଣେ ଅତିରିକ୍ତ ଟ୍ରେନ୍‌ ଡ୍ରାଇଭରଙ୍କ ଏଭଳି କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଉକ୍ତ ଡ୍ରାଇଭରକୁ କଠୋର ଦଣ୍ଡରେ ଦଣ୍ଡିତ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

Get real time updates directly on you device, subscribe now.