fbpx

(Video)ଏହି ଜିନିଷ ଚୋରି କରିବା ବେଳେ ଧରା ପଡିଗଲା ଚଢେଇ: ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ବିଭିନ୍ନ ପ୍ରକାର ଭିଡିଓ ଭାଇରାଲ ହେବାରେ ଲାଗିଛି । କେବେ କୌଣସି ମଜାଦାର ଭିଡିଓ ତ କେବେ ପଶୁପକ୍ଷୀଙ୍କ କିଛି କାରନାମାର ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଅପଲୋଡ କରାଯାଉଛି । କମ୍ ସମୟ ମଧ୍ୟରେ ହଜାର ହଜାର ଲୋକଙ୍କ ପାଖରେ ପହଞ୍ଚିବା ସହ ସେମାନଙ୍କ ମୁହଁରେ ଏକ ହସର କାରଣ ମଧ୍ୟ ପାଲଟି ଯାଉଛି । ଏହା ଭିତରେ ଏବେ ସୋସିଆଲ ମିଡିଆରେ ଏଖ ଚଢେଇର ଭିଡିଓ ଭାଇରାଲ ହେବାରେ ଲାଗିଛି । ତେବେ ଚଢେଇଟି କ’ଣ ଚୋରି କରୁଛି ଆସନ୍ତୁ ଜାଣିବା

ଭାଇରାଲ ହେଉଥିବା ଏହି ଭିଡିଓଟି ଖୁବ ପୁରୁଣା ହୋଇଥିଲେ ମଧ୍ୟ ଏବେ ପୁଣିଥରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଏକ ଚଢେଇ ଜଣଙ୍କ ଘର ନିକଟରେ କିଛି ଅଜବ କାରନାମା କରୁଥିବାର ଦେଖିବାକୁ ମିଳିଛି । ମହୁମାଛିର ବସା ନିକଟରେ ବସିଥିବାର ଏହି ଭିଡିଓରେ ଦେଖାଯାଇଛି । ତେବେ ଏହି ଦୃଶ୍ୟରେ ସବୁଠୁ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ପାଖରେ ଶହ ଶହ ମହୁମାଛି ଉଡୁଥିଲେ ମଧ୍ୟ ଚଢେଇ ନ ଡରି ସେଠାରେ ବସି ରହିଛି । ତେବେ ଚଢେଇଟି ଏଠାରେ ବସିବାର ଉଦ୍ଦେଶ୍ୟ କିଛି ଅଲଗା ରହିଛି । ମହୁଫେଣାରୁ ଚୋରି କରି ମହୁ ଖାଉଥିବାର ଏହି ଭିଡଓରେ ଦେଖିବାକୁ ମିଳିଛି । ଶହ ଶହ ମହୁମାଛିଙ୍କ ସାମନାରେ ସେମାନଙ୍କ ମହୁ ଚୋରି କରୁଥିବା ବେଳେ ମହୁମାଛିଙ୍କୁ ତା’ର ତିଳେ ମାତ୍ର ଭୟ ନାହିଁ ।

ଚଢେଇଟିର ଏଭଳି କାରନାମାକୁ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଅପଲୋଡ କରିଛନ୍ତି । ଯାହା ଏବେ ମୋବାଇଲରୁ ମୋବାଇଲ ଏବଂ ଇଣ୍ଟରନେଟ ସାରା ଘଉରି ବୁଲୁଛି । କିଛି ଲୋକ ଏହି ଭିଡିଓ ଦେଖି ଚଢେଇଟିର ପରିଚୟ ଖୋଜିବାରେ ଲାଗିଛନ୍ତି । ତେବେ ଖୁବ କମ୍ ସମୟ ମଧ୍ୟରେ ଏହି ଭିଡିଓକୁ ଲୋକ ପସନ୍ଦ କରିବା ସହ ବିଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତେବେ ପୂର୍ବରୁ କୌଣସି ଚଢେଇ ଏପରି କରି ନଥିବା କୁହାଯାଉଛି ।

Get real time updates directly on you device, subscribe now.