ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): ରାଜଧାନୀବାସୀ ଏଣିକି ସହଜରେ ଜନ୍ମ ଏବଂ ମୃତ୍ୟୁ ସାର୍ଟିଫିକେଟ୍ ପାଇପାରିବେ । ଘରେ ବସି ଅନ୍ଲାଇନ୍ରେ ଆବେଦନ କରିବା ସହ ଅନ୍ଲାଇନ୍ରେ ସାର୍ଟିଫିକେଟ୍ ପାଇବେ । ଏନେଇ ସେମାନଙ୍କୁ ବିଏମ୍ସି ଅଫିସ ଯିବାକୁ ପଡିବନି । ୱେବ୍ସାଇଟ୍ ମାଧ୍ୟମରେ ଆବେଦନ କରିବା ପରେ ସେମାନଙ୍କୁ ଏହି ସାର୍ଟିଫିକେଟ୍ ଯୋଗାଇ ଦିଆଯିବ । ଏନେଇ ଆଜି ବିଏମ୍ସି ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
Residents of Bhubaneswar can apply for the birth & death certificate online in a hassle free manner at
https://t.co/cl8QkYM2tl pic.twitter.com/qwg7IAY9qF— BMC (@bmcbbsr) July 29, 2021
ଅନ୍ଲାଇନ୍ରେ ଜନ୍ମ ମୃତ୍ୟୁ ସାର୍ଟିଫିକେଟ୍ ଆବେଦନ କରିବା ପାଇଁ www.ulbodisha.gov.in ରେ ଓ୍ବେବ୍ସାଇଟ୍ ଲଗ୍ଇନ୍ କରିବାକୁ ପଡିବ। ଏହି ସାଇଟ୍ରେ ଜନ୍ମ ଓ ମୃତ୍ୟୁ ତାରିଖ, ସ୍ଥାନ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବାକୁ କରିବାକୁ ପଡିବ। ଆବେଦନର କିଛି ଦିନ ମଧ୍ୟ ସାର୍ଟିଫିକେଟ୍ ମିଳିପାରିବ।