fbpx

ଜାତି ଭିତ୍ତିକ ଜନଗଣନାକୁ ନେଇ ବିଜେଡ଼ିର ଦାବି, ଏପରି କହିଲେ ରଣେନ୍ଦ୍ର ଓ ଅରୁଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ଜାତି ଭିତ୍ତିକ ଜନଗଣନା ଦାବି କରିଛି ବିଜୁ ଜନତା ଦଳ । ଏନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ସାହୁ । ପ୍ରେସମିଟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, ‘ପଛୁଆ ବର୍ଗଙ୍କ ସାମାଜିକ ନ୍ୟାୟ ପାଇଁ ରାଜ୍ୟ ସରକାର ବଦ୍ଧ ପରିକର । ସଂଘୀୟ ଢାଞ୍ଚା ଏଥିପାଇଁ ପ୍ରତିବନ୍ଧକ ସାଜିଛି । ସର୍ବଭାରତୀୟ ସ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଦାବିକୁ ଅନ୍ୟ ରାଜ୍ୟ ସମର୍ଥନ ଜଣାଇଲେଣି । ଏନଡିଏ ସହଯୋଗୀ ଦଳ ମଧ୍ୟ ଏହି ଦାବି ଉଠାଇଲେଣି । ପଛୁଆ ବର୍ଗଙ୍କ ସଂଖ୍ୟା ଅନୁସାରେ ଅଧା ସଂରକ୍ଷଣ ମିଳିପାରୁନି । ଦୀର୍ଘମିଆଦି ସୂତ୍ରରେ କାର୍ଯ୍ୟ କରିବା ପାଇଁ ବିଜେଡ଼ି ଦାବି ରଖୁଛି ।’

ଏହା ସହ ସାମ୍ବାଦିନ ସମ୍ମିଳନୀରେ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ‘ଜାତିଭିତ୍ତିକ ଜନଗଣନା ହେଲେ ସେମାନଙ୍କ ସଂଖ୍ୟା ଜଣାପଡିବ । ବିଜେପି ନେତା ଚୁପ୍ ରହିବା ପଛୁଆବର୍ଗଙ୍କ ପାଇଁ ବିରୋଧୀ ମନୋଭାବ ସୂଚାଉଛି । ସାମାଜିକ ନ୍ୟାୟ ନମିଳିଲେ ପଲ୍ଲୀଠାରୁ ଦିଲ୍ଲୀ ଯାଏଁ ଲଢ଼େଇ ଜାରି ରହିବ ।’

Get real time updates directly on you device, subscribe now.