fbpx

ହସ୍ପିଟାଲରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

Advertisement

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀର ବରିଷ୍ଠ ନେତା ଲାଲ କୃଷ୍ଣ ଆଡଭାନୀଙ୍କୁ ବୁଧବାର ରାତିରେ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ଦ୍ୱିପ୍ରହରରେ ତାଙ୍କ ସ୍ୱାସ୍ଥ୍ୟ ଠିକ ରହିଛି ବୋଲି କୁହାଯାଉଥିଲା । ତେବେ ବର୍ତ୍ତମାନ ଲାଲକୃଷ୍ଣ ଆଡଭାନୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ନ୍ୟୁଜ ଏଜେନ୍ସି ପିଟିଆଇ ରିପୋର୍ଟ ଅନୁଯାୟୀ, ଗୁରୁବାର ଦ୍ୱିପ୍ରହରରେ ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟ ଠିକ ଥିଲା । ସେ ନ୍ୟୁରୋଲୋଜୀ ବିଭାଗର ଜଣେ ଡାକ୍ତରଙ୍କ ଗ୍ରୁପର ଚିକିତ୍ସାରେ ଥିଲେ । ପୂର୍ବତନ ଉପପ୍ରଧାନମନ୍ତ୍ରୀଙ୍କୁ ବୁଧବାର ରାତି ପ୍ରାୟ ୯ଟାରେ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସହ ଝିଅ ପ୍ରତିଭା ଆଡଭାନୀ ମଧ୍ୟ ସାମିଲ ଥିଲେ ।

Get real time updates directly on you device, subscribe now.