ଭାରତକୁ ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଶପଥ ନେଲେ ବିଜେପି ବିଧାୟକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ: ଭାରତକୁ ଏବେ ହିନ୍ଦୁ ରାଷ୍ଟ୍ର ଗଠନ କରିବାର ସମୟ ଆସି ଯାଇଛି। ଏମିତି ବୟାନ ଦେଇଛନ୍ତି ହରିୟାଣା ବିଜେପି ବିଧାୟକ ଅସୀମ ଗୋଏଲ। ଏପରିକି ବିଜେପି କର୍ମୀଙ୍କ ସହ ଭାରତକୁ ହିନ୍ଦୁ ରାଷ୍ଟ୍ର ଗଠନ କରିବାର ଶପଥ ନେଇଛନ୍ତି। ଏଥିପାଇଁ ଆବଶ୍ୟକ ପଡିଲେ କୌଣସି ବି ବଳିଦାନ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି।

ଏହି ଶପଥ ସମାରୋହର ଆୟୋଜନ ରବିବାର କରାଯାଇଥିିଲା ଏବଂ ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। କାର୍ଯ୍ୟକ୍ରମରେ ଶତାଧିକ ଲୋକଙ୍କ ଉପସ୍ଥିତିରେ ସୁଦର୍ଶନ ନ୍ୟୁଜ୍ ଚ୍ୟାନେଲର ପ୍ରମୁଖ ସୁରେଶ ଚହ୍ଵାଣକେ ବିଧାୟକଙ୍କୁ ଶପଥ ପାଠ କରାଇଛନ୍ତି। ବିବାଦୀୟ ଭାଷଣ ଦେବା ମାମଲାରେ ସୁରେଶଙ୍କ ବିରୋଧରେ ମୋକଦ୍ଦମା ଚାଲିଛି।

 

କାର୍ଯ୍ୟକ୍ରମ ପରେ ଚହ୍ଵାଣକେ ନିଜ ଟୁଇଟର ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରି ଶପଥ ପାଠ ବିଷୟରେ ସୂଚନା ଦେଇଛନ୍ତି। ଭିଡିଓରେ ସେ ଅମ୍ବାଲା ସିଟିରୁ ବିଧାୟକ ଅସୀମ ଗୋଏଲ ଏବଂ ଅନ୍ୟ ବିଧାୟକଙ୍କୁ ଶପଥ ପାଠ କରାଉଥିବା ଦେଖିବାକୁ ମିଳିଛି। ଆମେ ହିନ୍ଦୁସ୍ଥାନକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବା ଏବଂ ଏହାକୁ ଜାରି ରଖିବା ନେଇ ପ୍ରତିବଦ୍ଧ।

ସେ କହିଛନ୍ତି, ଯଦି ଆବଶ୍ୟକ ପଡେ ଆମେ ବଳିଦାନ ଦେବାକୁ ଏବଂ ନେବାକୁ ପ୍ରସ୍ତୁତ। ମାତ୍ର ଦେଶକୁ କୌଣସି ବି ସ୍ଥିତିରେ ହିନ୍ଦୁ ରାଷ୍ଟ୍ର ଘୋଷିତ କରିବୁ। ଆମର ପୂର୍ବଜ ଏବଂ ଈଶ୍ଵର ଆମକୁ ନିଜର ଲକ୍ଷ୍ୟ ପ୍ରାପ୍ତିରେ ଶକ୍ତି ପ୍ରଦାନ କରିବେ। ଏହି ସମୟରେ ହିନ୍ଦୁ ରାଷ୍ଟ୍ର ସମର୍ଥନରେ ନାରା ମଧ୍ୟ ଦେଇଛନ୍ତି।