ନୂଆଦିଲ୍ଲୀ: ବଦଳିବେ ଭାଜପା ଦଳ ସଭାପତି । ଏନେଇ ଦଳ ଶୀର୍ଷ ନେତାଙ୍କ ମଧ୍ୟରେ ଘନ ଘନ ବୈଠକ ଆରମ୍ଭ ହୋଇଯାଇଛି ।
ଜେ.ପି. ନଡ୍ଡା , ଅମିତ ଶାହାଙ୍କୁ ଭେଟି ଏ ନେଇ ଆଲୋଚନା କରାଯାଇଥିବାବେଳେ ରାଜନାଥ ସିଂଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି ।
ଶୀର୍ଷ ନିଷ୍ପତ୍ତି ନରେନ୍ଦ୍ର ମୋଦି ଓ ଅମିତ ଶାହା ନେବେ । ଯେଉଁ କାରଣରୁ ଦାୟିତ୍ୱ କାହାକୁ ମିଳିବ ତାହା କହିବା କଷ୍ଟକର ।
ଏପ୍ରିଲ ୨୦ ପରେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ହେବା ନେଇ ଆଶଙ୍କା । ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗରୁ କୌଣସି ନେତାଙ୍କୁ ଦଳର ମୁଖିଆ ଦାୟିତ୍ୱ ମିଳିବା ଆଲୋଚନା ହେଉଛି ।
୨୦୨୩ରୁ ନଡ୍ଡାଙ୍କ କାର୍ଯ୍ୟକାଳ ସରିଯାଇଥିଲେ ସୁଦ୍ଧା ତାଙ୍କୁ ଦାୟିତ୍ୱରେ ରଖାଯାଇଥିଲା । ବିଜେପି ସଭାପତି ପଦ ଦାୟିତ୍ୱରେ ନଡ୍ଡା ସବୁଠାରୁ ଅଦିକ ଦିନ କାର୍ଯ୍ୟ କରିଛନ୍ତି ।