ଭୁବନେଶ୍ୱର, ୧୪ା୯(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ କରେନା ହୋଇଥିବା ସୂଚନା ମିଳିଛି । କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏହାସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଓ ସେ ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ବୋଲି କହିଛନ୍ତି । ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ସଙ୍ଗରୋଧରେ ରହିବା ସହ ଦରକାର ପଡ଼ିଲେ କୋଭିଡ଼ ପରୀକ୍ଷା କରିବା ପାଇଁ ସମୀର ଅନୁରୋଧ କରିଛନ୍ତି ।
କରୋନାର ଲକ୍ଷଣ ଦେଖାଦେବାରୁ ପରୀକ୍ଷା କରାଇଥିଲି । ରିପୋର୍ଟ ପଜିଟିଭ ଆସିଛି । ମୁଁ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି । କିଛି ଦିନ ଭିତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ସଂଗରୋଧରେ ରହିବା ସହ ପରୀକ୍ଷା କରାଇନେବାକୁ ଅନୁରୋଧ ।
— Samir Mohanty (@SamirMohantyBJP) September 14, 2020