ସନ୍ଦେଶଖାଲିରେ ବିକ୍ଷୋଭ ପ୍ରଦର୍ଶନ ଅଭିଯୋଗରେ ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଗିରଫ

କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କୁ ଗୁରୁବାର ସନ୍ଦେଶଖାଲିର ଏକ ଥାନା ସମ୍ମୁଖରେ ଧାରଣା ଦେବା ଅଭିଯୋଗରେ ପୋଲିସ ଗିରଫ କରିଛି। ଏହାପରେ ତାଙ୍କୁ ବୋଟ୍ ଯୋଗେ ଧାମଖାଲି ନିଆଯାଇଥିଲା। ଆଉ କିଛି ସମୟ ରହିବା ପରେ ତାଙ୍କୁ କିଛି ସର୍ତ୍ତରେ ଛଡ଼ାଯାଇଥିଲା। ସୁକାନ୍ତ ଗଣମାଧ୍ୟମକୁ କହିଛନ୍ତି, ମୋତେ ପୋଲିସ ଗିରଫ କରିଛି। ପରେ ତାଙ୍କୁ ଜାମିନରେ ଛଡ଼ାଯାଇଥିଲା। କିନ୍ତୁ ଦଳୀୟ କର୍ମୀ ନ ଆସିବା ପର୍ଯ୍ୟନ୍ତ ମୁଁ ଏଠାରୁ କୋଲକାତା ଫେରିବି ନାହିଁ। ସୁକାନ୍ତ ସନ୍ଦେଶଖାଲିର ବିଜେପି ନେତା ବିକାଶ ସିଂହଙ୍କ ଘରକୁ ଯାଇଥିଲେ। ସନ୍ଦେଶଖାଲିରେ ହିଂସା କାଣ୍ଡ ଘଟାଇବା ଅଭିଯୋଗରେ ବିକାଶଙ୍କୁ ପୂର୍ବରୁ ଗିରଫ କରାଯାଇଛି।

ବିକାଶଙ୍କ ଘରୁ ଫେରିବା ପରେ ସୁକାନ୍ତ ସନ୍ଦେଶଖାଲି ଥାନା ସମ୍ମୁଖରେ ଧାରଣାରେ ବସିଥିଲେ। ସେଠାରେ ୧୪୪ ଧାରା ଲାଗୁ ହୋଇଥିବାରୁ ପ୍ରାୟ ଏକ ଘଣ୍ଟା ପରେ ଧାରଣା ଶେଷ କରିବାକୁ ପୋଲିସ କହିଥିଲା। ସ୍ଥାନୀୟ ଲୋକଙ୍କ ସହ କିଛି ସମୟ ଯୁକ୍ତିତର୍କ ହେବା ପରେ ପୋଲିସ ସୁକାନ୍ତଙ୍କୁ ସେଠାରୁ ବାହାର କରି ନଦୀ କୂଳକୁ ନେଇଥିଲା। ଯେଉଁଠାରୁ ସେମାନଙ୍କୁ ଡଙ୍ଗା ଯୋଗେ ଧାମଖାଲି ନିଆଯାଇଥିଲା। ଗତ ସପ୍ତାହରେ ସନ୍ଦେଶଖାଲି ଯିବାକୁ ଯାଇ ଟାଙ୍କିରେ ପୋଲିସ ସହ ଧସ୍ତାଧସ୍ତି ହେବାରୁ ବିଜେପି ରାଜ୍ୟ ସଭାପତି ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସେ ପ୍ରଥମେ ବସିରହାଟ ଜେଲ୍ ଯାଇଥିଲେ, ଯେଉଁଠାରେ ଗିରଫ ବିଜେପି ନେତା ଓ କର୍ମୀଙ୍କୁ ରଖାଯାଇଛି।