fbpx

କରୋନା ପରେ ଚିନ୍ତା ବଢ଼ାଉଛି ଫଙ୍ଗସ୍‌ : ଦେଶରେ ୧୧ ହଜାରରୁ ଉର୍ଦ୍ଧ୍ବ ବ୍ଲାକ୍‌ ଫଙ୍ଗସ୍‌ ରୋଗୀ ଚିହ୍ନଟ, ଗୁଜୁରାଟରେ ସର୍ବାଧିକ…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ୧୧,୭୧୭ରେ ପହଞ୍ଚିଲା ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା । ସରକାରୀ ତଥ୍ୟ ଅନୁଯାୟୀ ଗୁଜୁରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ର୍ରଦେଶରେ ମ୍ୟୁକରମାଇକୋସିସ୍‌ କିମ୍ବା ବ୍ଲାକ୍‌ ଫଙ୍ଗସ୍‌  ରୋଗୀଙ୍କ ସଂଖ୍ୟା ଅଧିକ ଥିବା ବେଳେ ଭାରତରେ ଏପର୍ଯ୍ୟନ୍ତ ସର୍ବମୋଟ ୧୧,୭୧୭ଜଣ ସଂକ୍ରମିତ ହୋଇଛନ୍ତି । ଗତ ସପ୍ତାହରେ, କୋଭିଡ ରୋଗୀଙ୍କ ମଧ୍ୟରେ ମ୍ୟୁକରମାଇକୋସିସ୍‌ ରୋଗ ବୃଦ୍ଧି ପାଇବାରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମସ୍ତ ରାଜ୍ୟକୁ “ବ୍ଲାକ୍‌ ଫଙ୍ଗସ୍‌”କୁ ମହାମାରୀ ଘୋଷଣା କରିବାକୁ ନିର୍ଦ୍ଦେଶ ଦେଇଥିଲା ।

 

କରୋନା ମହାମାରୀ ବିରୋଧରେ ଭାରତର ଯୁଦ୍ଧରେ ଏହି ରୋଗ ଆଉ ଏକ ନୂତନ ଆହ୍ୱାନ ରୂପେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ ୨,୭୭୦ଜଣ ବ୍ଲାକ ଫଙ୍ଗସ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ଗୁଜୁରାଟରେ ୨,୮୫୯ଜଣ ଏବଂ ଆନ୍ଧ୍ରପ୍ରଦେଶରେ ୭୬୮ଟି ଜଣ ବ୍ଲାକ ଫଙ୍ଗସର ଶିକାର ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଡି.ଭି ସଦାନନ୍ଦ ଗୌଡା ଏକ ଟ୍ୱିଟରେ ବିଭିନ୍ନ ରାଜ୍ୟରୁ ଚିହ୍ନଟ ହୋଇଥିବା ବ୍ଲାକ ଫଙ୍ଗସ ରୋଗୀଙ୍କ ତଥ୍ୟ ବାଣ୍ଟିଛନ୍ତି ।

Get real time updates directly on you device, subscribe now.