fbpx

ଦ୍ରୁତ ଗତିରେ ପହଁରିଥାଏ ‘ବ୍ଲାକ୍ ମର୍ଲିନ୍‌’

Advertisement

‘ବ୍ଲାକ୍ ମର୍ଲିନ୍‌’ ବିଶ୍ୱ ସବୁଠାରୁ ଦ୍ରୁତ ଗତିରେ ପହଁରୁଥିବା ମାଛ । ଏହି ମାଛର ତୀବ୍ରତା ସ୍ପୋର୍ଟ୍ସ କାରକୁ ମଧ୍ୟ ପଛରେ ପକାଇପାରେ । ଏହି ମାଛକୁ Sword fish ସହ ତୁଳନା କରାଯାଇଛି । ଏହି ମାଛର ଥଣ୍ଟ ଖଣ୍ଡା ପରି ଲମ୍ବା ଦେଖାଯାଏ । ‘ବ୍ଲାକ୍ ମର୍ଲିନ୍‌’ର ଥଣ୍ଟ ବି ଦେଖିବାକୁ ଖଣ୍ଡା ପରି ଲମ୍ବା ଓ ମୁନିଆ । କିନ୍ତୁ ଏମାନଙ୍କୁ Sword fish ତାଲିକାରେ ଗଣନା କରାଯିବ ନାହିଁ । ଏମାନଙ୍କ ଥଣ୍ଟ Sword fish ର ଥଣ୍ଟ ଠାରୁ କମ୍ ଲମ୍ବା ଥାଏ ।

ୱିକିପିଡିଆ ଅନୁଯାୟୀ, ‘ବ୍ଲାକ୍ ମର୍ଲିନ୍‌’ ମାଛ ଭାରତ ଏବଂ ପ୍ରଶାନ୍ତ ମହାସାଗରରେ ଦେଖିବାକୁ ମିଳେ । ଏହି ମାଛର ବୈଜ୍ଞାନିକ ନାଁ ହେଉଛି ଓIstiompax Indica । ଏହି ମାଛର ଲମ୍ବ ୪.୫ ମିଟର(୧୫ ଫୁଟ୍‌) । ଏହି ମାଛରେ ସବୁଠାରୁ ଅଧିକ କଣ୍ଟା ରହିଛି । ଏହାର ଓଜନ ୧,୬୫୦ ପାଉଣ୍ଡ ପର୍ଯ୍ୟନ୍ତ ହୋଇପାରେ । ଏହି ମାଛ ୧୨୯କିମି ପ୍ରତି ଘଂଟା ବେଗରେ ପହଁରିପାରେ । ଏହି ମାଛର ଶରୀର ଗୋଲାକାର ଆକୃତି ପରିବର୍ତ୍ତେ Laterally compressed ଥାଏ ଯାହା ଏହି ମାଛମାନଙ୍କୁ ତୀବ୍ରତାର ସହ ପହଁରିବା ପାଇଁ ସାହାଯ୍ୟ କରିଥାଏ । ଏହି ମାଛମାନେ ଶକ୍ତିଶାଳୀ ହେବା ସହ ଆକ୍ରମଣାତ୍ମକ ହୋଇଥାନ୍ତି ।

Get real time updates directly on you device, subscribe now.