(Video) ‘ଶ୍ୱେତା, ତୋର ଝିଅ ସାଙ୍ଗମାନଙ୍କୁ ରୁମକୁ ଡାକୁନୁ, ରାତିରେ ଏଞ୍ଜୟ କରିବା’: ସୌମ୍ୟଜିତଙ୍କ ବ୍ଲାକ୍ ସିକ୍ରେଟ୍ ପର୍ଦ୍ଦାଫାସ କଲେ ଶ୍ୱେତାଙ୍କ ସାଙ୍ଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱରର ସଫ୍ଟୱେୟାର ଇଞ୍ଜିନିୟର ଶ୍ୱେତା ଉକ୍ରଳ କୁମାରୀଙ୍କ ଆତ୍ମହତ୍ୟା ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ଶ୍ୱେତାଙ୍କ ପରିବାର ବର୍ଗ ସୌମ୍ୟଜିତଙ୍କ ନାମରେ ଥାନାରେ ମାମଲା ଦାୟର କରିଥିଲେ । ପୋଲିସ ସୌମ୍ୟଜିତଙ୍କୁ ଥାନାକୁ ଡକାଇ ପଚରାଉଚରା କରିଥିବା ବେଳେ ପରବର୍ତ୍ତୀ ସମୟରେ ତାଙ୍କୁ ଛାଡ଼ି ଦେଇଥିଲା । ପୂର୍ବରୁ ଶ୍ୱେତା ଓ ସୌମ୍ୟଜିତଙ୍କ ଶେଷ ଅଡ଼ିଓ କଲ୍ ସାମ୍ନାକୁ ଆସିଥିଲା । ଏବେ ପୁଣି ଶ୍ୱେତାଙ୍କ ଭାଇ ଓ ସାଙ୍ଗଙ୍କର ଏକ ବାର୍ତ୍ତାଳାପ ସୌମ୍ୟଜିତଙ୍କ ସମସ୍ତ କଳାକାରନାମାକୁ ପର୍ଦ୍ଦାଫାସ କରିଛି ।
ଶ୍ୱେତାଙ୍କ ଭାଇ ପ୍ରୀତିଶଙ୍କୁ କଲ କରି ଶ୍ୱେତାଙ୍କ ଲଭଷ୍ଟୋରୀ ବିଷୟରେ କିଛି ଜାଣିଛନ୍ତି କି ନା ପଚାରିଥିଲେ । ପ୍ରୀତିଶ କହିଥିଲେ, ମୁଁ ଶ୍ୱେତାଙ୍କ ସହିତ ଶେଷ ଥର ପାଇଁ ଗତ ଅଗଷ୍ଟ ୪ ତାରିଖରେ କଥା ହୋଇଥିଲି । ସୌମ୍ୟଜିତଙ୍କ ସହିତ ଶ୍ୱେତାଙ୍କର ୬ ମାସ ହେଲା ବିବାଦ ସୃଷ୍ଟି ହୋଇଥିଲା । ଶ୍ୱେତାଙ୍କର କାହା ସହିତ ଆଫେୟାର ନଥିଲା । ସେ ଚାହୁଁଥିଲେ ଜଣଙ୍କୁ ଭଲ ପାଇ ସାରା ଜୀବନ ରହିବାକୁ । ଏ ବାବଦରେ ସେ ସୌମ୍ୟଜିତଙ୍କୁ କହିଥିଲେ । ସୌମଜିତ ଶ୍ୱେତାଙ୍କୁ ବାରମ୍ବାର ଆଇ ଲଭ୍ ୟୁ କହିବା ସହ ଛଅ ମାସ କାଳ ତା’ ପଛରେ ପଡ଼ିଥିଲେ । ପରେ ସେ ଶ୍ୱେତାଙ୍କୁ କନଭିନ୍ସ କରାଇ ରିଲେସନସିପକୁ ଆସିଥିଲେ ।
ଦୁହିଁଙ୍କର ରିଲେସନସିପ୍ ଠିକଠାକ୍ ଚାଲିଥିଲା । ଶ୍ୱେତା ସୌମ୍ୟଜିତଙ୍କ ବହୁତ କେୟାର କରିବା ସହିତ ପକେଟ୍ ମନି ମଧ୍ୟ ଦେଇଥିଲେ । ଏପରିକି ସୌମ୍ୟଜିତଙ୍କ ପାଠପଢ଼ା କ୍ଷେତ୍ରରେ ଶ୍ୱେତା ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ପୂର୍ବରୁ ସୌମ୍ୟଜିତ ୩ଟି ଝିଅ ସହିତ ସମ୍ପର୍କରେ ଥିଲେ । ଶ୍ୱେତା ଥିଲେ ତାଙ୍କର ୪ର୍ଥ ନମ୍ବର ଗାର୍ଲଫ୍ରେଣ୍ଡ । ଯେତେବେଳେ ଶ୍ୱେତା ଏକଥା ଜାଣିଲେ, ସେ ମାନସିକ ଭାବେ ଆଘାତ ପାଇଥିଲେ । ବହୁ ଥର ସୌମ୍ୟଜିତ ଶ୍ୱେତାଙ୍କୁ ମାଡ଼ ମାରିଥିଲେ । ସୌମ୍ୟଜିତଙ୍କର ଏତେ ହବସ୍ ଥିଲା ଯେ ସେ ଶ୍ୱେତାଙ୍କୁ କହୁଥିଲେ, ତୋ ସାଙ୍ଗମାନଙ୍କୁ ଡାକୁନୁ ଆମେ ରାତିରେ ଏଞ୍ଜୟ କରିବା । ସୌମ୍ୟଜିତ ଦେଖିବାକୁ ସରଳ, କିନ୍ତୁ ପ୍ରକୃତରେ ତାଙ୍କ ଭିତରେ ଗୋଟେ ରାକ୍ଷସ ଲୁଚି ରହିଥିବା ଶ୍ୱେତାଙ୍କ ସାଙ୍ଗ କହିଛନ୍ତି ।