CHARIDHAM

ଖରାପ ହାଇଜେନିକ ପାଇଁ କିଶୋରେ ଭାଇନା ମଟନର ଖାଦ୍ୟ ପଞ୍ଜିକରଣ ବାତିଲ କଲା ବିଏମସି

ଭୁବନେଶ୍ୱର: ଦୂରଦର୍ଶନ ଅଫିସ ନିକଟରେ ଥିବା ଲୋକପ୍ରିୟ କିଶୋର ଭାଇନା ହୋଟେଲର ଖାଦ୍ୟ ପଞ୍ଜିକରଣ ବାତିଲ। ବିଏମସିର ଖାଦ୍ୟ ସୁରକ୍ଷା ଦଳ ଆଜି ଏଠାରେ ଚଢ଼ାଉ କରି ହୋଟେଲକୁ ଯାଞ୍ଚ କରିଥିଲା। ହୋଟେଲରେ ଖାଇବା ରଙ୍ଗ, ଏକ୍ସପାଇରୀ ଡେଟ୍ ପଳାଇଥିବା ସସ୍ ଏବଂ ଷ୍ଟଲ୍ କ୍ରାବ୍ ନଷ୍ଟ ହୋଇଥିଲେ ମଧ୍ୟ ଏହାକୁ ବ୍ୟବହାର କରାଯାଉଥିଲା। ଏହା ସହିତ ଖରାପ ପରିମଳ(ହାଇଜେନିକ) ପାଇଁ ଖାଦ୍ୟ ପଞ୍ଜିକରଣ ବାତିଲ କରାଯାଇଥିବା ବେଳେ ଜରିମାନା ମଧ୍ୟ ଲାଗୁ କରାଯାଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ଭୁବନେଶ୍ୱର ସହରରେ କିଶୋର ଭାଇନା ମଟନ ବହୁତ ଲୋକପ୍ରିୟ ଅଟେ। ରାଜ୍ୟର ଅନ୍ୟ ସ୍ଥାନରୁ ମଧ୍ୟ ଲୋକମାନେ ଏଠାକୁ ଆସି ମଟନ ଖାଇବାକୁ ପସନ୍ଦ କରନ୍ତି। ଏହାର ଲୋକପ୍ରିୟତା ପାଇଁ ଦୈନିକ ଏଠାରେ ଶହଶହ ଲୋକଙ୍କର ଭିଡ ଜମିଥାଏ। ତେବେ ଏତେ ଲୋକପ୍ରିୟତା ପରେ ମଧ୍ୟ ସ୍ୱଚ୍ଛତା ପ୍ରତି ଧ୍ୟାନ ନଦେବା କାରଣରୁ ଆଜି ବିଏମସିର ଖାଦ୍ୟ ସୁରକ୍ଷା ଦଳ ଚଢ଼ାଉ କରି ଜରିମାନା ଲଗାଇଛନ୍ତି।